ଭବିତବ୍ୟ - ରାଜେଶ ପୂଜାରୀ

ଭବିତବ୍ୟ - ରାଜେଶ ପୂଜାରୀ

ବେଳ ଆସିବ ଦୁଃଖ ଦିହୁଡ଼ି
ସୁଖର ପବନ ଫୁଙ୍କିବ ନିଶ୍ଚୟ,
ଅଧର୍ମୀ ସବୁ ଆଦରିବେ ଧର୍ମ
ପାପୀ ଛୁଟାଇବେ ପୂଣ୍ୟର ରୟ ।

ଥୁଣ୍ଟା ପାଦପେ ପ୍ରୀତି ପଲ୍ଲବ
କଅଁଳି ହସୁଥିବ ଅହରହ,
ରାକାରଜନୀ ଜହ୍ନାଲୋକରେ
ସାଜିବ ନୂତନ ସମ୍ବାଦବହ ।

ଧୂସର ସ୍ବପ୍ନ ଅଛି ଯାହା ଯାହା
ସ୍ବଚ୍ଛ ହେବ ପୂରଣ ହୋଇ,
ମରୁଡ଼ି ଗାଇବ ବର୍ଷା ଆହ୍ବାନ
ସୁ-କର୍ମରେ ଥିଲେ ରହି ।

ଟିକିଏ ଧୈର୍ଯ୍ୟ ଟିକେ ସାହସ
ଲୋଡ଼ା ଆଞ୍ଜୁଳାଏ ପରିଶ୍ରମ,
ଅସହାୟ ପଣେ ନଭୋଗ ସନ୍ତାପ
ତେଜ ହୋ ସ୍ବସୃଷ୍ଟ ମନୋଭ୍ରମ।

0 Comments