Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭକ୍ତିମୟ - ଗୌରାଙ୍ଗ ଚରଣ ବେଉରା

ଭକ୍ତିରେ ଭକ୍ତିରେ ଭକ୍ତିମୟ ତୁମେ
ଭକ୍ତିରସେ ରସାମୃତ,
ଭକ୍ତିରେ ଭକ୍ତିରେ ଭକ୍ତି ଯମୁନାରେ
ଭକ୍ତିମୟ ଜଗନ୍ନାଥ ॥
ଭକ୍ତିରେ ଭକ୍ତିରେ ଭକ୍ତିର ଅର୍ଘ୍ୟରେ
ଭକ୍ତିର ଅଚଳ ମେରୁ,
ଭକ୍ତିରେ ଭକ୍ତିରେ ଭାବ ଭକତିରେ
ଭକ୍ତିସିକ୍ତେ ମହାମେରୁ ॥
ଭକ୍ତିରେ ଭକ୍ତିରେ ଭକ୍ତି ପୁଷ୍ପମାଲ୍ୟେ
ଭକ୍ତିର ପୁଷ୍ପକ ଯାନେ,
ଭକ୍ତିରେ ଭକ୍ତିରେ ଭକ୍ତିରସେ ବୁଡି
ଭକତି ଘେନ ମଉନେ ॥
ଭକ୍ତିରେ ଭକ୍ତିରେ ଭକ୍ତି ଦର୍ପଣରେ
ଭକତ ହୃଦୟ ରଥେ,
ଭକ୍ତିରେ ଭକ୍ତିରେ ଭକ୍ତି ପ୍ରେମ ବନେ
ଭକ୍ତିମୟ ହୃଦଗତେ ॥
ଭକ୍ତିରେ ଭକ୍ତିରେ ଭକ୍ତିର ଦୀପାଳି
ଭକ୍ତିଘୃତ ଢାଳି ଭକ୍ତେ,
ଭକ୍ତିରେ ଭକ୍ତିରେ ଭକ୍ତି ନୈବେଦ୍ୟରେ
ଭକ୍ତିମୟ ଅନୁରକ୍ତେ ॥
ଭକ୍ତିରେ ଭକ୍ତିରେ ଭକ୍ତିରସ ଢାଳି
ଭକତ ହୃଦ ସଂଖାଳି,
ଭକ୍ତିରେ ଭକ୍ତିରେ ଭକତ ଭକ୍ତିରେ
ଭକ୍ତିମୟ ବନମାଳୀ ॥
ଭକ୍ତିରେ ଭକ୍ତିରେ ଭକ୍ତି ବୈକୁଣ୍ଠରେ
ଭକ୍ତିମୟ ସୁଧା ଧାର,
ଭକ୍ତିରେ ଭକ୍ତିରେ ଭକ୍ତି ମଣ୍ତପରେ
ଭକ୍ତିମୟ ବିଶ୍ୱେଶ୍ୱର ॥


ଗୈାରାଂଗ ଚରଣ ବେଉରା, ଶିକ୍ଷକ
କୁଲିଆମାଲ ଉଚ୍ଚ ବିଦ୍ୟାଳୟ

Post a Comment

0 Comments