Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରାକ୍ଷୀ ଆସିଛି - ମହାଗାଲୁଆ ସନୁ

ଦେଖ ରେ ଭାଇ ରାକ୍ଷୀ ଆସିଛି,
ଭଳିକି ଭଳି ଦୋକାନରେ ଝୁଲୁଛି,

ସନା ନନା ବିକଳ ରେ କାନ୍ଦୁଛି,
ତା ଶାଳୀ କୁ ଗିଫ୍ଟ କଁ ଦେବ ଭାବୁଛି,
ଗଲାଥର ୨୦୦୦ ଟଙ୍କା ର ବିଲ ଫାଟିଛି

ଏଥର ଦରମା ନାହିଁ ଉପରକୁ ଚାହୁଁଛି,
ମିତାଲି ଦୋକାନୀ କୁ ବରାଦ ଦେଇଛି

ସବୁ ଭେରାଇଟି ରୁ ଗୋଟେ ଗୋଟେ ଆଣିଛି,
ତାର ଭାଇ ମାନଙ୍କୁ ବାନ୍ଧିବ କହୁଛି,
ନିଜ ଭାଇ ନୁହଁ

ଲୋଭ ରେ ଶହେ ଧରମ ଭାଇ କରିଛି,
ଏଣେ ମୋ ମନ ଶକ ଶକ ହଉଛି,

ମୋ ଗାର୍ଲଫ୍ରେଣ୍ଡ ସେହି ଡେଟ ଦେଇଛି,
ଗାଁ ଚାନ୍ଦିନୀ ପାଖକୁ ଡାକିଛି,
ରାକ୍ଷୀ ନ ବାନ୍ଧି ଦେଉ ବଳରାମ ଙ୍କୁ ଡାକୁଛି,
ଦେଖ ରେ ଭାଇ ରାକ୍ଷୀ ଆସିଛି ।।


ମହାଗାଲୁଆ ସନୁ, ଗୁଣୁପୁର, ରାୟଗଡା

Post a Comment

0 Comments