Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମର ମହକ - ସଦାନନ୍ଦ ସାହୁ

ପ୍ରେମ ସ୍ୱପ୍ନ ଗଢେ ନୀଡ଼ ସରାଗରେ
ପ୍ରେମର ସ୍ୱୀକୃତି ପାଇଁ ;;
ପ୍ରେମ ପୂଜାରିଣୀ ମନର ମାନିନୀ
ହୃଦୟ କୁ ଦିଏ ଛୁଇଁ !!
ପ୍ରେମର ପ୍ରେମିକ ସପନ ବଣିକ
ପ୍ରେମ ସ୍ୱପ୍ନ ଦେଖେ ବେଶି ;
ପ୍ରେମର ପ୍ରେମିକା ସ୍ମୃତି ନିହାରୀକା
ଆସେ ସତେ ହସି ହସି !!
ପ୍ରେମସୁନା ନୀଡ଼ ଦୁହିଁଙ୍କ ସପନ
ହୃଦୟରେ ଭରେ କୋହ ;
ସତେକି ସମ୍ଭବ ଏ ପ୍ରେମର ବିଭବ
ତୁଟେ ନାହିଁ ଜମା ମୋହ !!
ପ୍ରୀତି ସ୍ମୃତି ଛବି ଉଙ୍କିମାରେ ନିତି
ଆଶା ଆଉ ବିଶ୍ୱାସରେ ;;
ଦୁନିଆଁ ବୁଝେନା ପ୍ରେମର ବେଦନା
ନୟନୁ ଲୋତକ ଝରେ !!
ହୃଦୟ ମନ୍ଦିରେ ପ୍ରେମ ଦୀପ ଜଳେ
ଦିବାନିଶି ଅବିରତେ ;
ପ୍ରେମିକା ସୁନ୍ଦରୀ ପ୍ରୀତି ପୁଷ୍ପ ଢାଳି
ଶୁଭ ମନାସଇ କେତେ !!
ସମାଜ ବିଦ୍ୱେଷ କରେ ପ୍ରତିରୋଧ
ପବିତ୍ର ମିଳନ ପାଇଁ
କେତେ କଟକଣା କରେ ବାଟବଣା
ଏ ଯୌବନ ଉଠେ ଚେଇଁ !!
ପ୍ରେମରେ ବିରହ ନୁହେଁ ଶୁଭଙ୍କର
ପ୍ରେମ ପକ୍ଷୀ ଢାଳେ ଲୁହ ;
ପ୍ରେମ ନୀଡ଼ ଖୋଜେ ସୁନା ସାଥୀଟିଏ
ହୃଦୟ ରେ ଭରି ସ୍ନେହଁ !!
ସବୁ ପ୍ରେମ ଆଶା କହେ ମନ ଭଷା
ନିଅାରା ସଙ୍କେତ ପେଶି ;
ପ୍ରେମ ପ୍ରେମୀ ଏକା ପାରିଥାନ୍ତି ବୁଝି
ସରାଗେ ଦିଅନ୍ତି ହସି !!
ପ୍ରେମର ସାର୍ଥକ ହୋଇବ ନିଶ୍ଚୟ
ପବିତ୍ରା ପାଳନରେ ;
ପ୍ରେମ ନୀଡ଼ ଖାଲି ଜମା ପଡ଼ିବନି
କହୁଛି ମୁଁ ଦୃଢ ସ୍ଵରେ !!
ହେ ପ୍ରେମିକା ପ୍ରେମିକା ନିଭାଅ ଭୂମିକା
ଜଳିବ ମହାର୍ଘ୍ୟ ଦୀପ ;;
ପ୍ରେମ ହିଁ ପବିତ୍ର ପ୍ରେମହିଁ ଶାଶ୍ୱତ
ପ୍ରେମ କେଵେ ନୁହେଁ ପାପ !!
ପ୍ରେମ ନୀଡ଼ ଗଢ ଶୁଦ୍ଧ ମନ ଚିତ୍ତେ
ଏଇମୋର ଅନୁରୋଧ ;
ସୁଖର ସୌହାର୍ଦ୍ଦ୍ୟ ହେବ ସଦା ଭୋଗ
ପୂଜ୍ୟଷ୍ପଦ ହେବ ପ୍ରେମ !!


ସଦାନନ୍ଦ ସାହୁ, କାରାକର୍ମଚାରୀ,
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ୱାର

Post a Comment

0 Comments