Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଡର - ଉଷାରାଣୀ ପଣ୍ଡା

ପାପୀ ଡରୁଥାଏ ପୁଣ୍ୟବନ୍ତଠାରେ
ଚୋର ଡରୁଥାଏ ଆଲୋକକୁ ,
ପରାଜୟୀ ଡର ବୀଜୟୀଙ୍କଠାରେ
ଅଜ୍ଞାନ ଡରଇ ଜ୍ଞାନକୁ ।

ଅସତ୍ୟ ଡରଇ ସତ୍ୟତାର ଠାରେ
ପଣ୍ଡିତ ଡରେ ମୁର୍ଖ ଯୁକ୍ତିକୁ ,
ହତାଶୀ ଡରଇ ଆଶାୟୀଙ୍କ ଠାରେ
କୁଣ୍ଠିତ ଡରୁଥାଏ ତ୍ୟାଗକୁ ।

ଅପବିତ୍ର ଡର ପବିତ୍ରର ଠାରେ
କୁଳଟା ଡର କୁଳବୃଦ୍ଧିକୁ ,
ଅଶାନ୍ତିର ଡର ଶାନ୍ତିର ପାଶରେ
ସ୍ବାର୍ଥ ଡରୁଥାଏ ନିଃସ୍ବାର୍ଥକୁ ।

ଅବିବେକୀ ସଦା ବିବେକକୁ ଡରେ
ନିର୍ବୁଦ୍ଧିଆ ଡର ବୁଦ୍ଧିମାନକୁ ,
ଲୋଭ ଡରୁଥାଇ ନିର୍ଲୋଭୀ ମାନଙ୍କୁ
ଦୁର୍ଗୁଣ ର ଡର ଗୁଣି ଜନଙ୍କୁ ।

ଦୁଷ୍କର୍ମୀଙ୍କ ଡର ସତ୍ କର୍ମୀ ଠାରେ
ଭୁଲ୍ ଡରୁଥାଏ ଅନୁତାପକୁ ,
ଶଠ ଡର ସଦା ସଚ୍ଚୋଟଙ୍କ ଠାରେ
ହିଂସା ଡରୁଥାଇ ଅହିଂସାକୁ ।

ମୂଲ୍ୟହୀନ ଠାରେ ମୂଲ୍ୟବାନ୍ ଡରେ
ଅବିଶ୍ବାସ ଡର ବିଶ୍ବାସକୁ ,
କୃତଘ୍ନତା ଠାରେ କୃତଜ୍ଞ ଡରଇ
ବର୍ବରତା ଡର ଭଦ୍ରତାକୁ ।

ଅପକାରୀ ଡରେ ଉପକାରୀ ଠାରେ
କୃତ୍ସ ଡରୁଥାଏ ତ୍ୟାଗକୁ ,
ଗରବ ଡରଇ ଧୀବୁଦ୍ଧି ମାନଙ୍କୁ
କୃପଣ ଡରଇ ଦାନୀଙ୍କୁ ।

ଉଦେଜୟ ଜନ୍ମେ ଗୋଟିଏ ଉକ୍ତିରେ
ସଭିଁଙ୍କର ଡର ତାହାକୁ ,
ରୋଗୀ ବଇରାଗୀ ଆବର ସଂସାରୀ
ଡରୁଥାଏ ସଦା "ମରଣ" କୁ ।


ଉଷାରାଣୀ ପଣ୍ଡା
ସୋମପେଟା, ଆନ୍ଧ୍ରପ୍ରଦେଶ

Post a Comment

0 Comments