Information

ଶ୍ରାବଣ ଓ ପ୍ରିୟା - ସାଗର ପ୍ରଧାନ

ଶ୍ରାବଣଟା ସିନା ଫେରିତ ଆସିଲା
ଫେରିଲନି ତୁମେ ପ୍ରିୟା
ବରଷାଛିଟା ମୋ ଦେହରେ ବାଜିଲେ
ମନେପଡେ ତୁମ ଛୁଆଁ ।

ତୁମେ ଯେଉଁଦିନ ବାଟ ଭାଙ୍ଗି ଦେଇ
ନିଜ ପଥେ ଗଲ ଚାଲି
ସେହିଦିନ ଠାରୁ ବର୍ଷାରେ ଭିଯିବା
ମନରୁ ଯାଇଛି ଭୁଲି ।

ମନେପଡେ ଆଜି ବର୍ଷା ଭିଜା ସ୍ମୃତି
କୁହୁଳି ଉଠଇ ଧୂଆଁ
ପୁରୁଣା ଅତୀତ ଉଙ୍କି ମାରେ ସବୁ
ଲଗାଏ ହୃଦୟେ ନିଆଁ ।

ଶ୍ରାବଣର ଧାରା ଲିଭାଇ ଦେଇଛି
ବନରେ ଲାଗିବା ନିଆଁ
ମୋ ମନର ନିଆଁ ଜାଳି ଦିଏ ମୋତେ
ସହି ହେଉନାହିଁ ପ୍ରିୟା ।

Post a Comment