Information

ତୁମେ ଜଗତପତି - ପ୍ରଣତୀ ମହାପାତ୍ର

ତୁମେ ଜଗତପତି,ତୁମେ ଜଗତନାଥ
ତୁମ ନାହିଁ ଆଦି ତୁମ ନାହିଁ ଅନ୍ତ,
ତୁମେ ବିଶ୍ୱପତି ତୁମେ ବିଶ୍ୱନାଥ,
ତୁମେ ଜଗତପତି.....
ତୁମେ ଭାବ ସମୁଦ୍ରର ଭାବଗ୍ରାହୀ
ତୁମେ ଅରକ୍ଷ ରକ୍ଷକ ଅନାଥ ନାଥ,
ତୁମେ ଦୀନବାନ୍ଧବ ପ୍ରଭୁ ଦୀନନାଥ,
ତୁମେ ଜଗତପତି...
ତୁମେ ସଖାପ୍ରିୟ ତୁମେ ଜଗବନ୍ଧୁ
ତୁମେ ଭବପାରାବାର କରୁଣାସିନ୍ଧୁ,
ଚାତକର ତୁମେ ବାରିଧାରା
ତୁମେ ଅନ୍ଧାରେ ଆଲୋକ ପଥ।
ତୁମେ ଜଗତପତି ତୁମେ ଜଗତନାଥ।
ତୁମେ ନୀଳକନ୍ଦରର ନୀଳମାଧବ,
ତୁମେ ନବୀନ ନୀରଦ ଯଶୋଦା ସୁତ
ତୁମେ ନିକୁଞ୍ଜ ବନର ଅଧୀଶ୍ୱର
ତୁମେ ମଣିମା ଶ୍ରୀପୁରୁଷୋତ୍ତମ।
ତୁମେ ଜଗତପତି ତୁମେ ଜଗତନାଥ।
ତୁମେ ଜଗନ୍ନାଥ ମୁଁ ଅଟେ ପତିତ,
ତୁମେ ମହାବାହୁ ମୁଁ ତୁମ ଆଶ୍ରିତ,
ତୁମେ ଗୋପୀନାଥ ତ୍ରୈଲୋକ୍ୟନାଥ,
ତୁମେ ଜଗତପତି ତୁମେ ଜଗତନାଥ ।


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment