Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସତେକି ଈଶ୍ବର ଶୁଣିବ ଡାକ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୋ ପଦେ ଗଲି ଶରଣ ହେ ଚକା ଆଖି କଳା ବାମନ
କାହାକୁ କହିବି ଆଉ କିଏ ଅଛି ଶୁଣିବ ବା ମୋର କଦନ ।।

ମୁଁ ଛାର ମାନବ ତୁମେ ଗୋସାଇଁ
ତୁମେ କଳ୍ପତରୁ ମୁଁ ଖୋଜେ ଛାଇ
ଏ ଘୋର ଜଞ୍ଜାଳ ନିଦାଘ ଦାଉରେ
ଜଳି ପୋଡ଼ି ଯାଏ ପ୍ରାଣ ହେ ,ତୋ ପଦେ ଗଲି ଶରଣ…।।

ଅଖିଳ ବ୍ରହ୍ମାଣ୍ଡ ଯାର ଉଦର
ନଗନ୍ୟ ଜୀବନ ତହିଁ ମୋହର
ସହା ରାହା ତୁମ ବିନା ଜଗନ୍ନାଥ
କହ କାହିଁ ପରିତ୍ରାଣ ହେ , ତୋ ପଦେ ଗଲି ଶରଣ...।।

ଅନନ୍ତ, ଅରୂପ ଯେ ନିରାକାର
କେମନ୍ତେ ଚିନ୍ତିବି ରୂପ ଢାହାର
ପାପ ଚକ୍ଷୁରେ ମୁଁ ସତେକି ଦେଖିବି
ଦିଅ ଦିଅ ଦିବ୍ୟଜ୍ଞାନ ହେ , ତୋ ପଦେ ଗଲି ଶରଣ...।।

ତ୍ରଇଲୋକ୍ୟ ନାଥ ବୈକୁଣ୍ଠ ପତି
ଭବ ବନ୍ଧନେ ମୁଁ ହୁଅଇ ଘାଣ୍ଟି
ସତେ କି ଏ ପ୍ରାଣ କରିବ କାରଣ
ଦୁଃଖ କରି ନିବାରଣ ହେ , ତୋ ପଦେ ଗଲି ଶରଣ….।।

ଆକୁଳେ ପ୍ରଫୁଲ୍ଲ ଆରତ ଶୁରେ
ଦିବା,ରାତି ମଗ୍ନ ତୋ ଭଜନରେ
ସତେକି ଈଶ୍ବର ଶୁଣିବ ମୋଡାକ
ମୋ ନରଜନ୍ମ ହେବ ଧନ୍ୟ ହେ , ତୋ ପଦେ ଗଲି ଶରଣ…।।

Post a Comment

0 Comments