Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶ୍ରଦ୍ଧାଞ୍ଜଳୀ - କବିତା ପଟ୍ଟନାୟକ

ଉତ୍ତୁଙ୍ଗ ପତାକା ତଳେ
ନିଜକୁ ବିଛାଇ
ମୃତ୍ୟୁ ର ନିଷ୍ଠୁର କୋଳେ
ଯାଇଅଛ ଶୋଇ
ତୁମେ ଅମର ଅଟଳ
ଅମ୍ଳାନ ଅଟେ ତବ
ସ୍ୱଣ୍ଣିମା ନିକ୍ଷର
ମୃତ୍ୟୁ ଯାକୁ ଶେଷ ରାସ୍ତା
ପାରେ ନାହିଁ ଦେଇ
ଯୁଇ ଯା'କୁ ପାରେ ନାହିଁ
ନିଦ୍ରାରେ ଶୁଆଇ
ସେହି ଅଣଚାଷ ପବନରେ
ପାଦ ଥାପି ସେ ଆଜି ବି
ପଢୁଅଛି କବିତାର କଥା
ସେ ଏକ ପାଲଟଣା
ସତ୍ୟର ସଳିତା
ନୂଆ ସକାଳର ଛାତି ଚିରି
ଲେଖୁଅଛି ନୂଆ କବିତାର ଗାଥା
ସୁଖ ଦୁଃଖ ଏକାପରି
ଡେଣା ମେଲି ବସିଥାନ୍ତି
ଯାହାର ଛାତିରେ
ବିପ୍ଳବ ଓ ସମତାର
କଥାକୁ ଯେ ବୋଲୁଥାଏ
ଗୋଟିଏସ୍ୱର ରେ
ତୁମେ ସେହି ଅକ୍ଳାନ୍ତ ପୂଜାରୀ
ତୁମ ଆକାଂକ୍ଷା ରେ ପ୍ରଜ୍ଜଳିତ
ପ୍ରତି ଟି ପ୍ରଲମ୍ବ
ସମ୍ଭାବନା ଆଲୋକରେ
ହେଉ ଉଜ୍ଜୁବିତ
ହେ ବରପୁତ୍ର
ଝୁରେ ଦେଶ ଝୁରେ ମାଟି
ଝୁରୁ ଅଛି ଗଗନ ପବନ
ଏ ଭାରତର ସୁଯୋଗ୍ୟ ସନ୍ତାନ,
ତୁମେ ଘେନ ହେ ପ୍ରଣାମ
ଶେଷରେ
ହେ ଆଜାତ ଶତୃ
ହେ ଅଟଳ ବିହାରୀ
ଶାନ୍ତି ଲଭୁ ତବ ଆତ୍ମା
ବିଭୁ ପାଦେ ଏତିକି ଗୁହାରୀ


କବିତା ପଟ୍ଟନାୟକ, ଖୋର୍ଦ୍ଧା

Post a Comment

0 Comments