ରାଗ—କରବାଣୀ, ତାଳ—ଏକତାଳି

ସଖୀ ଚାହାଁ ଲୋ କଳା ମତ୍ତଗଜ ଠାଣିକି
ଆରତୀ ଆରତ ପଦ୍ମ ବନ ଦେବ ଦଳିକି ,
ସଖୀ ଚାହାଁ ଲୋ…।।

ହରିବୋଲ ହୁଳହୁଳି ପଡ଼େ ଉଛୁଳି
ବାଜେ ତେଲିଙ୍ଗି,ମର୍ଦ୍ଦଳ ବାଜେ ମହୁରୀ,

ଢଳି ଢଳି ନୀଳ-- ଶଇଳ ବିପୁଳ
ବାହା ତୋଳି ଆସେ କରିବାକୁ କୋଳ
ପହଣ୍ଡି ହୋଇ ଆ-- ସନ୍ତି ଆଦିମୂଳ
ଗୁଣ୍ଡିଚା ଯାତରା ପାଇଁକି
ସଖୀ ଚାହାଁ ଲୋ…।।

ତିନିଭୂବନରେ ନାହିଁ ଏମିତି ଦିଅଁ
ରଥରେ ଚଢ଼ି ବୁଲନ୍ତି ଦେଇ ଅଭୟ,

ସାଧୂଜନ ପାଳନ ଦୁଷ୍ଟ ସଂହାରଣ
ପାଇଁ ଅବତାରୀ ସେ ଚକାନୟନ
ଡରନାହିଁ ତୋର କିରେ ପାପୀ ମନ
ପାପ ତୁ କରୁଛୁ କାହିଁକି
ସଖୀ ଚାହାଁ ଲୋ…।।

ନନ୍ଦିଘୋଷ ରଥେ ରଥି କଳା ଠାକୁର
ଚକାବଇଠି କୁ ଛାଡ଼ି ହୋନ୍ତି ବାହାର,

ସେ ଦୟାସାଗର ଦୟା ଅବତାର
ଅଭୟ ଦାତା ସେ ମହିମା ଅପାର
ଡାକଇ ପ୍ରଫୁଲ୍ଲ ଆହେ ଆଦିମୂଳ
ୟେ, ପ୍ରାଣ ଯାଉ ତୋତେ ଚାହିଁକି
ସଖୀ ଚାହାଁ ଲୋ…।।