Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଚାଙ୍ଗୁର ମୁଣ୍ଡି - ସିମାଞ୍ଚଳ ରଣା

ସମ୍ଭ୍ରାନ୍ତ କୁ ଖୋଜିଖୋଜି,
ତୁମେ ସିନା ପାଇଗଲ ଦିନେ,
ଆଶ୍ଚର୍ଯ୍ୟ ରୂପବତୀର ଆକ୍ଷା ।
ମୋ ନଈ ସେପାରି କନକ ଗୋରୀକୁ,
ମୁଁ ଖୋଜି ପାଇଛି ପାହାଡ଼ ଦେଶରୁ,
ଝିପିଝିପି ବର୍ଷାରେ,
ଶିଆଳି ପତ୍ର ଫାଙ୍କରେ ।
ତା ଅଧା ନଙ୍ଗ୍ଲି ବେଶରେ କାହିଁକି କେଜାଣି?
ଲାଜ କମ୍ ଆନ୍ତରିକତା ବେଶୀ ।
ମହୁଲ ଫୁଲକୁ ଉପହାର ଦେଉଦେଉ,
ଫିସ୍ କରି ହସିଦେଲେ ସେ,
ମନେପଡେ କାହା ଉପହାସ ।
କେତେ ଫରକ୍ ଏ ଆତ୍ମୀୟତା,
ଆଉ କେତେ ସେଦିନର ଉପହାସ ।
ତୁମ ଝୁମ୍ ବରାବର ଝୁମ୍ ର ତାଳ ରୁ,
ଖୁବ ଭଲ ଲାଗିଲା ପାହାଡ଼ି ସୁନ୍ଦରୀର,
ଚାଙ୍ଗୁ ଖଞ୍ଜର ନୃତ୍ୟ ସମ୍ଭାର ।
ତୁମକୁ ସିନା ଛୁଇଁନି ଅପହୃତ ଅପରାହ୍ନରେ,
ହେଲେ ମୁଁ ନାଚିଲିଣି ଅନେକଥର,
ତା କାନ୍ଧରେ ହାତ ରଖି ଧାଙ୍ଗଡ଼ି ନାଚରେ,
ତା ନହୁଲି ଅଣ୍ଟାକୁ ଛୁଇଁ ।
ତୁମ ଛେଇଛେଇ ମାରମାର,
ଦିନେ ଛାତିର ଯନ୍ତ୍ରଣା ଥିଲା,
ଅପମାନରେ ଜଳୁଥିବା ଆତ୍ମା ମୋର,
ଆଜି ଖୁବ୍ ଶାନ୍ତି ଅମୃତ ତୃପ୍ତିରେ ।
ଯେବେ ବୁକ୍ ଫୁଲ ଧଡ଼କାଇ ଦେଲା,
ହାଲକାଏ ଛୁଇଁଦେଇ ଚାଙ୍ଗୁର ମୁଣ୍ଡି ।
ନିଖୋଜ ଫଗୁଣ ଫେରି ଆସିଲା,
ସ୍ୱପ୍ନଟିଏ ଉଙ୍କିମାରିନେଲା ନିଝୁମ ରାତିରେ ।
ଗତରାତିର ସ୍ମୃତି ପାସୋରି ନେବାକୁ,
ନିମନ୍ତ୍ରଣ କରିନେଲା ମୋତେ ବାସ୍ତବ ସକାଳ ।


ସୀମାଞ୍ଚଳ ରଣା
କୁର୍ତ୍ତମଗଡ଼, କନ୍ଧମାଳ

Post a Comment

0 Comments