Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବୁଝି ଯିବୁ ଜୀବନର ବଞ୍ଚିବା ଭାଷା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମନ ପାରାରେ , କେଉଁଠି ତୁ ବାନ୍ଧିବୁ ବସା
ନାହିଁ ଗଛ,ବୃଛ ମରିଯାଉଛି ଆଶା ।।

ଦିନର ସୂରୁଯ ଆଉ ରାତିର ଜହ୍ନ
ନିସ୍ତେଜ ଦିଶଇ ତାର ଜ୍ବୋତି ମଳିନ
ବହୁନି ମଳୟ ବାଆ ,
ପ୍ରଦୂଷଣ ଭରା ଆହା
କାହାକୁ କରିବୁ ଆଉ କହ ଭରଷା , ମନ ପାରାରେ…।।

ଅଶାନ୍ତ ମ଼ୟ ଆକାଶ ଏ ଶୂନ୍ୟ ପଥ
ଜଳ,ସ୍ଥଳ,ନଭ କାହିଁ ଦିଶୁନି ବାଟ
ଯିବୁ୍ରେ ହୋଇ ହାଲିଆ ,
ନାହିଁ ଆଉ କେ‌ହି ସାହା
ଦିନୁ ଦିନ ମରିଯାଏ ଜିଇଁବା ଆଶା , ମନ ପାରାରେ…।।

ଅକାଳ ବଢ଼ି,ମରୁଡି,ଭୈରବ ରଡି
କାନ୍ଦଣା ଲହରୀ ରୋଳ ପଡେ ଉଛୁଳି
ଶାନ୍ତି ତ ମିଳିବ ନାହିଁ ,
କେତେ ଯେ ଉଡିବୁ ତୁହି
ଡେଣା ଭାଙ୍ଗିଯିବ ବେଗେ ଖୋଜରେ ଆଶ୍ରା , ମନ ପାରାରେ…।।

ଅଛିରେ ଗୋଟିଏ ଆଶା ଭରସା ତୋର
ଶ୍ରୀକ୍ଷେତ୍ର ଯାଆରେ ଉଡ଼ି କରିବୁ ଘର
ସେଠି ତୁ ଘୁମୁରୁ ଥିବୁ ,
ନିର୍ମାଲ୍ୟ ଖୁଣ୍ଟି ଖାଇବୁ
କଳପ ବଟର ଡାଳ‌ ହେବ ଭରସା , ମନ ପାରାରେ…।।

ଆଶା ବିଶ୍ବାସ ର ଉତ୍ସ ମୋ ଜଗନ୍ନାଥ
କହଇ ପ୍ରଫୁଲ୍ଲ ତାରେ ଶରଣ ପଶ
ଆରେ ତୁ ମୋ ମନ ପାରା ,
ତାପାସେ ଦେଲେରେ ଧରା
ବୁଝିଯିବୁ ଜୀବନର ବଞ୍ଚିବା ଭାଷା , ମନ ପାରାରେ…।।

Post a Comment

0 Comments