ଝୁଲି ଝୁଲି ଆସେ ରଥ - ଶୁଭକାନ୍ତ ସାହୁ

ଝୁଲି ଝୁଲି ଆସେ ରଥ - ଶୁଭକାନ୍ତ ସାହୁ

ଝୁଲି ଝୁଲି ଆସେ ରଥ
ବଳିଆ ସୁଭଦ୍ରା ପଛରେ ଆସୁଛି
ହସି ହସି ଜଗନ୍ନାଥ।
ହଲି ହଲି ଆସେ ରଥ,
ଦେଶ ବିଦେଶରୁ ରଥଯାତ୍ରା ଦେଖି ଭିଡ଼ ବାନ୍ଧିଲେଣି ଭକ୍ତ।
ଥିରି ଥିରି ଆସେ ରଥ
ଘଣ୍ଟ ଖୋଳ ତାଳ ମାଦଳ ମାଡ଼ରେ
ପଡେ ଉଠେ ଶିରୀକ୍ଷେତ୍ର।
ଝୁମି ଝୁମି ଆସେ ରଥ,
ତିନି ଠାକୁରଙ୍କ ପହଣ୍ଡି ସରିଛି
ରଥ ଟାଣୁଛନ୍ତି ଭକ୍ତ।
ଚୁପି ଚୁପି ଆସେ ରଥ
ପହରା ସରିଛି ଗଜପତିଙ୍କର
ପଣ୍ଡା ଧରିଛନ୍ତି ବେତ।
ରହି ରହି ଆସେ ରଥ
ରଥେ ବସି ଜଗା ହାତ ଠାରି ଡ଼ାକେ
ଆସ ମୋ ଭକତ ଆସ।
ଘିଡିଘିଡି ଆସେ ରଥ
ମାଉସୀ ଘରକୁ ଯାଉଛନ୍ତି ପ୍ରଭୁ
ଉଡାଇ ବିଜୟ ନେତ।


ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଞ୍ଜାମ, ପିନ୍:୭୬୧୧୦୫
ମୋବାଇଲ:୯୮୬୧୭୩୨୨୫୬

4 Comments

  1. manas ranjan pattanayakAugust 11, 2018 at 1:10 AM

    ଏହି କବିତାରେ ଶେଷପଦରେ ରଥଯାତ୍ରାରେ ମାଉସୀ ଘରକୁ ଯିବାର ସୂଚନା ଅଛି।କିନ୍ତୁ ଜଗନ୍ନାଥ ମହାପ୍ରଭୁ ମାଉସୀମା ମନ୍ଦିର ଯାଆନ୍ତି ନାହିଁ।ସେ ଗୁଣ୍ଡିଚାରାଣୀ ଘରକୁ ଯାଆନ୍ତି।।ଯାହା ଗୁଣ୍ଡିଚାଯାତ୍ରା ଭାବେ ଜଣାଶୁଣା।।ତେଣୁ ସ୍ରଷ୍ଟା ଶେଷପଦକୁ ପରିବର୍ତ୍ତନ କରିପାରିବେ ଯଥା ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି ପ୍ରଭୁ ଉଡାଇ ବିଜୟ ନେତ।ଗୁଣ୍ଡିଚା ଯାତ୍ରାକୁ କଣପାଇଁ ଆମେ ମଉସୀଘର ଯାତ୍ରା କହିବା?ଧନ୍ୟବାଦ।ଜୟ ଜଗନ୍ନାଥ

    ReplyDelete
  2. MANASH RANJAN PATTANAIKAugust 11, 2018 at 1:46 AM

    ଏହି କବିତାରେ ସୁଚାଉଛି ଜଗନ୍ନାଥ ତାଙ୍କ ଭାଇଭଉଣୀ ଙ୍କୁ ନେଇ ରଥଯାତ୍ରାରେ ମାଉସୀ ଘରକୁ ଯାଆନ୍ତି।ଠିକ୍‌ ନୁହେଁ।ସେ ଯାଆନ୍ତି ତାଙ୍କ ଜନ୍ମବେଦୀରେ ଦର୍ଶନ ଦେବାନିମନ୍ତେ ଗୁଣ୍ଡିଚାରାଣୀ ଘରକୁ।ତେଣୁ ଗୁଣ୍ଡିଚା ମନ୍ଦିର ଓ ମାଉସୀମା ମନ୍ଦିର ଗୋଟିଏ ନୁହେଁ।ଏହି ଧାରଣା ନିହାତି ରହିବା ଦରକାର।ସେଥିପାଇଁ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କହନ୍ତି।ମାଉସୀ ଘର ଯାତ୍ରା ଭାବେ ପରିଚିତ କି ଆମ ପବିତ୍ର ରଥଯାତ୍ରା?

    ReplyDelete
  3. ଅନାମ ଚରଣ ସାହୁAugust 11, 2018 at 2:29 AM

    ଘୋଷଯାତ୍ରାରେ ପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଫେରିବା ସମୟରେ ମାଉସୀ ମା' ଙ୍କ ହାତରୁ ପୋଡପିଠା ଖାଇ ଫେରନ୍ତି।

    ReplyDelete
  4. ମାଉସୀ ଘରକୁ କେମିତି ଯିବେ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।