Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଇଚ୍ଛାମୟ ତୁମେ - ଘନଶ୍ୟାମ ସାହୁ

ଇଚ୍ଛାରେ ଯାହାର ଏ ସଂସାରେ ଛାର
ପତ୍ର ବି ହଲି ନପାରେ,
ଇଚ୍ଛାମୟ ତୁମେ ମୋ କଳାଠାକୁର
ଥାଅ ସବୁରି ମୂଳରେ ।
ଇକ୍ଷ୍ୱ।କୁ କୁଳରେ ରାମ ଅବତାରେ
ଆଦର୍ଶ ପୁରୁଷୋତ୍ତମ,
ଇନ୍ଦ୍ର ପରାଜିତ ହୋଇ ଦ୍ୱାପରରେ
ଗୋବିନ୍ଦ ଦେଲେ ଯା ନାମ ।
ଇଷ୍ଟଦେବତା ସେ ଈଶ୍ୱର ଆଲ୍ଲା
ଡ଼ାକୁ ଯେ ଯାହା ମତରେ,
ଇନ୍ଦୀବର ତୁମେ କାଳିଆ ସାଆନ୍ତ
କଳିରେ ଲୀଳା ଶ୍ରୀ କ୍ଷେତ୍ରେ ।
ଇତର ଜନ ମୁଁ ଜନମି ମରତେ
ପଡ଼ିଛି ଜଞ୍ଜାଳ ଜାଲେ,
ଇହ ଜନମରୁ ଉଦ୍ଧାର କରହେ
ଡାକୁଛି ପ୍ରଭୁ ବିକଳେ ‌।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର ---- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

Post a Comment

0 Comments