Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶିଶୁଗଳ୍ପ - ଆସ ଲଗେଇବା ଗଛ - ଶରତ ଚନ୍ଦ୍ର ଜାଲି

ନିପଟ ମଫସଲ ଗାଁଟିଏ । ଗାଁର ନାଁ ରାଇଜପୁର । ସେଇ ଗାଁର ଶେଷମୁଣ୍ଡରେ ଚାଳଛପର ଘରେ ରହୁଥିଲେ ବୁଢାଟିଏ ଓ ବୁଢୀଟିଏ ।ତାଙ୍କର ସନ୍ତାନସନ୍ତତି କେହି ନଥିଲେ । ଅଳ୍ପ ରୋଜଗାର ହେଲେମଧ୍ୟ ବୁଢାବୁଢୀ ଦୁହେଁ ଚଳିଯାଉଥିଲେ ।ବୁଢାକୁ ଆଖପାଖ ଅଞ୍ଚଳର ସମସ୍ତେ "ବିନୁଅଜା"ବୋଲି ଡାକନ୍ତି ।ବିନୁଅଜା ସଭିଙ୍କର ଅତିପ୍ରିୟ ।ବିନୁଅଜା ପାଠ କିଛି ନପଢିଥିଲେ ମଧ୍ୟ ବୃକ୍ଷ ଆମର ଜୀବନ ଓ ପରମ ବନ୍ଧୁ ବୋଲି ଜାଣିଥିଲା ।ସେଥିପାଇଁ ସେ ସକାଳରୁ ସଂଜଯାଏଁ ଗାଁ ଗାଁ ବୁଲି ଖାଲିସ୍ଥାନ ଦେଖିଲେ ଗଛଲଗେଇବା କାମରେ ଲାଗିପଡୁଥିଲା । ଦିନେ ସେଇ ଗାଁକୁ ରାଜା ରଣଜିତ୍ ସିଂ ଘୋଡା ଉପରେ ବସି ବୁଲିବାକୁ ଆସିଥିଲେ ।ଗାଁର ସବୁଜ ପରିବେଶକୁ ଦେଖି ରାଜା ଭାରିଖୁସି ହୋଇଥିଲେ ଏବଂ ଏଇ ସବୁଜ ବନାନୀ ବିଷୟରେ ଗାଁର ମୁଖିଆଠରୁ ସବୁକଥା ପଚାରି ବୁଝିଥିଲେ । ମନେମନେ ରାଜା ବିନୁଅଜାକୁ ବାଃ ବାଃ କହି ସାଂଗେ ସାଙ୍ଗେ ବିନୁଅଜାର ଝାଟିମାଟିର ଘରେ ପହଞ୍ଚିଥିଲେ । ସେତିକିବେଳେ ବିନୁଅଜା ବାଡିପଟେ ଗୋଟିଏ ଗଛ ଲଗାଇବାରେ ବ୍ୟସ୍ତ ଥିଲା ।ରାଜା ବିନୁଅଜାର ଏଇ ବୟସରେ ଏଭଳି ମହତକାମକୁ ଦେଖି ପ୍ରିତ ହେବା ସହିତ ପାଞ୍ଚ ହଜାର ଟଙ୍କା ପୁରଷ୍କା୍ରାଶିକୁ ବିନୁଅଜାର ହାତକୁ ଦେଇ ଫେରି ଯାଇଥିଲେ । ବୁଢା ତା'ଜୀବନରେ ଏତେ ଟଙ୍କା କେବେ ଦେଖି ନଥିଲା । ତେଣୁ ସେ ବହୁତ ଖୁସି ହେଲା । ଆଉ ମନେମନେ ସ୍ଥିରକଲା ମୋଖୁସିର କାରଣ ଏଇ ଗଛମାନେ ବୋଲି । ତେଣୁ ସେ ତା'ଆରଦିନ ସକାଳୁ ସକାଳୁ ଉଠି ଗଛମାନଙ୍କୁ ଦେବତା ଜ୍ଞାନକରି ଚନ୍ଦନ,ସିନ୍ଦୂର ଲଗେଇ ପୂଜିବାକୁ ଲାଗିଲା ।ସେଇ ପୂଜାରେ ବିନୁ ଅଜାର ମୂଳମନ୍ତ୍ର ଥିଲା "ଆସ ଲଗେଇବା ଗଛ" । ସେଇ ମନ୍ତ୍ର ରାଇଜପୁର ଗାଁର ମହାମନ୍ତ୍ର ହୋଇଲା । ପିଲାଠାରୁ ବୁଢାଯାଏଁ ସମସ୍ତେ ଜପିଲେ "ଆସ ଲଗେଇବା ଗଛ","ଆସ ଲଗେଇବା ଗଛ" "ଆସ ଲଗେଇବା ଗଛ"


ଶରତ ଚନ୍ଦ୍ର ଜଲି
ପଥରା, ଖଲ୍ଲିକୋଟ, ଗଞ୍ଜାମ

Post a Comment

0 Comments