Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୋ ମାଆ - ଅଧ୍ୟାପିକା ସସ୍ମିତା ମିଶ୍ର

ପଡିଥାଉ ପାଇଟି ଯେତେ ମୋ
ଵାଉଁଶିଏ ମୁଗ ବାଛିବାକୁ
ଅପାଛୁଡ଼ା କୁଲାଏ ଚାଉଳ
କଂସାଏ ବତୁରା ବିରି
ପାଣେଇବି ହେଉଛି ଉଛୁର
ନିଘାନାହିଁ ସେଥିକି ଧନ ମୋ
ଗଡ଼ିଯାଉ ବେଳ
ତୋର ସେହି ନିଖଳିଆ ହସ
ମୋତେ କରିଛି ବସ
ମିଳିବନି ଗଡିଗଲେ କାଳ
ଘଡିଏ ଅଙ୍କେ ବସାଇ
ତୋ ସାଥେ ଭାବ ମିଶାଇ
ପାଶୋର ହୁଏ ମୁଁ ଆଗ
ଦରଦିଆ ଏ ଯେତେ ଜଞ୍ଜାଳ
କେମିତିକା ଗଢିଅଛି ବିହି
ଆପଣା ଅନ୍ତେ ବଢ଼ାଇ
ପଦାକୁ ଆଣେ ଛିଡ଼ାଇ
ଛିଡ଼ାଏ ଅନ୍ତ ସୁତା
ଛନ୍ଦାଏ ଅନ୍ତରଟା
ଆବେଗ ସକଳ ତୋ
ହୃଦ ମୋ ଯାଇ ଛୁଏଁ
ତେବେ ନା ଯାଇ
ମୁଁ ତୋର ମାଆ ହୁଏ


ଅଧ୍ୟାପିକା ସସ୍ମିତା ମିଶ୍ର
ମହନଦୀ ବିହାର ମହିଳା ମହାବିଦ୍ୟାଳୟ

Post a Comment

0 Comments