Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବିଚିତ୍ର ଦୁନିଆଁ - ଦେବବ୍ରତ ଜେନା

ଅଜବ ଦୁନିଆ ଗଜବ ଲୋକ
ଭେଳିକି ଭେଳିକି ଦେଖାନ୍ତି ଭେକ
ଅବାନ୍ତର କାର୍ଯ୍ୟ ତାଙ୍କ
ନିଜ ନିଜ କାର୍ଯ୍ୟ ହାସଲ ପାଈଁକି
ଆହୁତି ଦେଇ ବିବେକ ।।(୧)
ବଡ଼ ଘର ଯା'ର ଛୋଟ ଆବାସ
ଛୋଟ ପରିବାର ବଡ଼ ନିବାସ
ଏହା ହିଁ ଆଜିର ଫାର୍ସ
ବିଲାତି କୁକୁର ଅତିଥି ମାତର
ମା-ବାପା (ସ୍ଥାନ)ଜରାନିବାସ ।।(୨)
ବହୁ ପତ୍ନୀ ପ୍ରଥା ଥିଲା ସେବର
ବହୁ ପତି କିନ୍ତୁ ଦେଖ ଏବର
କିସ ନ ଦେଖିଲା ନେତ୍ର
ସ୍ୱାର୍ଥାନ୍ଧ ମାନବ କାମାନ୍ଧ ହୋଇଣ
ହରାନ୍ତି ନିଜ ସଗୋତ୍ର ।।(୩)
ପାପା ମମି ସଙ୍ଗେ ପୁଅ ଓ ଝିଅ
ସ୍ମାର୍ଟ ଫୋନ ଆଜି ସଭିଙ୍କ ପ୍ରିୟ
କଅଣ କହିବ କୁହ
କି ନିଶା ଘାରିଛି ଏବେ ଯେ ସଭିଙ୍କୁ
ଭୁଲନ୍ତି ଜୀଅଁନ୍ତା ଦିଅଁ ।।(୪)
ନାରୀ ନିର୍ଯ୍ୟାତନା ବଢ଼ିଛି ଆଜି
ଗଣତନ୍ତ୍ର ରାଷ୍ଟ୍ରେ ମାରିଛି ବାଜି
ଅବଳା ଦୁର୍ବଳା ହେଜି
ନୈତିକତାକୁ ଜଳାଞ୍ଜଳି ଦେଇ
ବନିଲେଣି ବଡ଼ ପାଜି ।।(୫)
ଏବେବି ସମୟ ହାତରେ ଆମ
ମୁଣ୍ଡାଇବା ପାଈଁ କେତେ ସୁନାମ
ଭୁଲି ସ୍ୱାର୍ଥପର ଧର୍ମ
କାଳ ସ୍ୱର୍ଣାକ୍ଷରେ ଚାଲ ଲେଖିଦେବା
କରିଣ ଆଛା ସୁକର୍ମ ।।(୬)

Post a Comment

0 Comments