Information

ନୀଳ ଆଭା କାନ୍ତି - ସିପ୍ରା ନାମତା (ନମ୍ରତା)

ନିକୁଞ୍ଜ କାନନ ଶୋଭା ରେ ପୂରିଛି
ପୀତ ଧବଳ ବକୁଳ
ନୀଳାକାଶ ତଳେ ପୁଷ୍ପ ରାଗ ସମ
ଶାଖା ବୃନ୍ତେ ମାଳ ମାଳ ।।
ନୀଳ କଳେବର ନୀଳ ଜ୍ୟୋତ୍ସ୍ନା ତଳେ
ପାଦ ଥାପିବାର ପାଇଁ
ନିରୀମାଖୀ ହୋଇ ଅଝଟ କରଇ
କୋମଳାଙ୍ଗୀ ବାଳା ରାଈ ।।
ନିର୍ଲିପ୍ତ ବଂଶୀ ର ସ୍ୱର ଶୁଭେ କୁଞ୍ଜେ
ଫଗୁଣ ର ଫଗୁ ଖେଳେ
ନୀଳ ଆକାଶ ରୁ ପୁଷ୍ପ ବର୍ଷା ହୁଏ
ସକଳ ଦେବ ଙ୍କ ମେଳେ ।।
ନୀଳ ପଦ୍ମ ଫୁଟେ ତପନ ତାପରେ
ନୀଳ କଇଁ ଚନ୍ଦ୍ରାଗମେ
ନୀଳ ନୟନ ର ନୀଳ ଆଭା ରାଶି
ଜୀବନ ସଞ୍ଚାରେ ପ୍ରାଣେ ।।
ନିଘଞ୍ଚ ବନସ୍ତେ ଅଦୂରେ ଶୁଭୁଇ
କୋକିଳ ର କୁହୂ ତାନ
ନୀଳ ତୃଷ୍ଣା ମେଣ୍ଟିଯିବା ପାଇଁ ସତେ
ଅଧୀର ହୁଅଇ ପ୍ରାଣ ।।
ନୀଳ ବଉଦର ଭସା ମୁହଁ ତଳେ
ନୀଳ ଦ୍ୟୁତି ଝଟକାଏ
ନୀଳ ଚକ୍ରେ ପୀତ ନେତ ଉଡୁଥାଏ
ନୀଳ ମଣି ସୁକୋପଳେ ।।
ନୀଳାଭ ତୁଳସୀ ପତରଟିଏ ରେ
ଆତ୍ମା ତୁମ ତୋଷ ହୁଏ
ନୀଳ ଧବଳ ର ପୁଷ୍ପମାଲ୍ୟ ଅଙ୍ଗେ
ତୁଳସୀ ଗଜରା ଶୋହେ ।।
ନୀଳ ସାଗର ର ଅତଳ ଗରଭୁ
ଯେତେ ରତ୍ନ ବଇଦୁର୍ଯ୍ୟ
ନୀଳ ଠାକୁରଙ୍କ ରତ୍ନ ଭଣ୍ଡାରରେ
ପୂରିଛି ସର୍ବ ଐଶ୍ୱର୍ଯ୍ୟ ।।
ନୀଳ ନୀଳ ଢେଉ ତରଙ୍ଗ ଜଳ ତ
ପଦ ପ୍ରକ୍ଷାଳଇ ନିତି
ନୀଳ କାନ୍ତି ଅପରୂପ ଶୋଭା କୁ ଯେ
ଆତ୍ମା କରେ ନିତି ପ୍ରୀତି ।।
ନ ଝରୁ ନୟନୁ ବିରହ ର ଲୁହ
ସାଗର ରହିଛି ସାକ୍ଷୀ
ନୀଳ ଗଗନ ର ନୀଳୀମା ରେ ଦିଶେ
ଚକା ଚକା ବେନି ଆଖି ।।


ବାରିପଦା, ମୟୁରଭଞ୍ଜ
ମୋ- ୮୨୪୯୮୫୦୧୬୮

Post a Comment