Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଫେରା - ରାଜେଶ ପୂଜାରୀ

ଜୀମୂତମାଳାରୁ ଜନ୍ମି
ଟୋପାଏ ଅମୃତ
କିଛି ଦୂର ଆସିଲି ବଢ଼ି
କିଛି କ୍ଷଣ ପରେ
ଭାବିହେଲା
କାହିଁକି ଆସିଲି ମୋ
ଜନ୍ମଭୂମି ଛାଡ଼ି
କ'ଣ ଲେଖା କପାଳେ
ମିଶିଯିବି ମାଟିରେ
ଅବା ଭାଗ୍ୟ ଯିବ ଫିଟିରେ !

ରହି ରହି
ଗଲା ବହି
ଉତ୍ତରା ପବନ
ଜଳାଧିଶ ତନୁ ମନ
କରିଲା ଚୁମ୍ବନ
ଆନମନା ହେଲା ବାତାବରଣ
ଚାତକ ଶାମୁକା ଏକ
ଚାହିଁ ଥିଲା ଆକାଶ ଆଡ଼କୁ
ତୃଷିତ ମୁଖ ମେଲାଇ
ପଡ଼ିଲା ମୁହଁ ରେ ଯାଇ ଅମୃତ ଟୋପାକ
ଦୈବାତ ମୁକ୍ତା ଗଲା ହେଇ।

ଠିକ୍ ସେହିପରି
ଘରୁ କାଢ଼ିବା ବେଳେ ପାଦ
ବିଷାଦ ହିଁ ବିଷାଦ
ହେଲେ ବାହାରେ
ମିଳିଯାଏ ଏପରି କିଛି
ଯେ ପାଶୋରି ଯାଆନ୍ତି ସବୁ କିଛି।


କୁଶମେଲ, ଝାରସୁଗୁଡ଼ା

Post a Comment

0 Comments