Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆମ ଭାରତ ମାତା - ଦେବବ୍ରତ ଜେନା

ସବୁଜିମା ଭରା ସ୍ଵର୍ଣ୍ଣପ୍ରସୁ ଧରା
ଆମ ଏ ଭାରତ ମାତା
କଳା ଓ ସଂସ୍କୃତି ବିଭବରେ ପୂର୍ତ୍ତି
ଗାଏ ବିଜୟର ଗାଥା ।।
ଶୁଭ୍ର ହିମଗିରି ମୁକୁଟେ ମଣ୍ଡିତ
ମହୋଦଧି ପାଦ ଧୁଏ
ତରୁଲତା ,ନଦୀ ବନ ,ଉପବନ
ସୁଷମାର ଗୀତି ଗାଏ ।।
ଫିରିଙ୍ଗି ଶାସନେ ଆମ ଏ ମାଟି ମା
ଶୃଙ୍ଖଳରେ ବନ୍ଧା ଥିଲା
ଵୀର ବୀରଙ୍ଗନା ଶତ ଚେଷ୍ଟା ବଳେ
ଅନ୍ତେ ସ୍ୱତନ୍ତ୍ର ହୋଇଲା ।।
ସମ୍ରାଟ ଅଶୋକ, ପୁରୁଙ୍କର କୀର୍ତ୍ତି
ଇତିହାସେ ମୂକସାକ୍ଷୀ
ନେତାଜୀ, ଗାନ୍ଧିଜୀ, ହିଂସା ଅହିଂସାର
ଥିଲେ ମହାନ ସାରଥୀ ।।
ରାଣୀ ଲଷ୍ମୀବାଈ , କଳ୍ପନା ଚାଓଲା ,
କିରଣ ବେଦୀଙ୍କ କୀର୍ତ୍ତି
ଭିନ୍ନ ପରିଚୟ ସୃଷ୍ଟି କରିଅଛି
ଗାଏ ନାରୀ ଜୟ ଗୀତି ।।
ମୁଁ ସେଇ ମାଟିର ସନ୍ତାନ ରୂପେ
ନିଜକୁ ମଣଇ ଧନ୍ୟ
ପୂର୍ଵଜଙ୍କ ସେହି ଅକ୍ଷୟ କୀରତି
ନିଶ୍ଚେ ମୁଁ କରିବି ପୂର୍ଣ୍ଣ ।।


ଭୋଗରାଇ, ବାଲେଶ୍ୱର

Post a Comment

0 Comments