ସମ୍ପର୍କ ଆମର - ପବିତ୍ର କୁମାର ନାୟକ

ସମ୍ପର୍କ ଆମର - ପବିତ୍ର କୁମାର ନାୟକ

ତମେ ପାହାନ୍ତି ଆକାଶେ ଝିଲି ମିଲି ତାରା
ଆଶାର ଆଲୋକ ନୂଆ
ମୁଁ କ୍ଷଣକେ ଉଭେଇ ଯାଉଥିବା ସେହି
ସକାଳ କୁହୁଡ଼ି ଧୂଆଁ...

ତମେ ପୀରତି ସଉଧେ ସ୍ମୃତି ଟୋପା ଟୋପା
ମୁଁ ସ୍ମୃତିର ଅବୁଝା ଅଙ୍କ
ତମେ ଫେରି ଯାଉଥିବା ସାଗରର ଢ଼େଉ
ମୁଁ ସରସୀ କୂଳର ପଙ୍କ....

ତମେ ବୈଶାଖ ବୁକୁରେ ତତଲା ବୈଶାଖୀ
ମୁଁ ଶୀତଳ ଚଇତି ବାଆ
ତମେ ଗଙ୍ଗ ଶିଉଳିର ମଧୁର ମହକ
ମୁଁ ଅଲୋଡ଼ା ଜୁଇର ନିଆଁ....

ତମେ ଆଷାଢ଼ ବାରିର ପହିଲି ପରଶ
ମୁଁ ମରୁବାଲି ତପ୍ତ ଶଯ୍ୟା
ତମେ ଶେଫାଳି ଶାଳର ଚୁନା ଚୁନା ହସ
ମୋ ଆଖି ଲୁହରେ ଭିଜା...

ତମେ କୃଷ୍ଣଚୂଡା ଦେହେ ରଙ୍ଗର ପସରା
ମୁଁ ଫିକା ଫଗୁଣର ଶଶୀ
ତମେ ଶୀତ ସକାଳର ନିଶବ୍ଦ ପ୍ରହର
ମୁଁ ଅଝଟ ପ୍ରହର ନିଶି....

0 Comments