ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଆୟୂ - ରମାକାନ୍ତ ମିଶ୍ର

ଆୟୂ - ରମାକାନ୍ତ ମିଶ୍ର

ଯେଉଁ ଖାଦ୍ୟ ଆମେ ଏବେ କରୁଛୁ ଭଖ୍ୟଣ
ଚବିଶ ଘନ୍ଟା ରେ ତାକୁ କରିବା ନିଷ୍କାସନ
ଅନ୍ୟଥା ଆମେ ହେବୁ ରୋଗାକ୍ରାନ୍ତ |
ଯେଉଁ ଜଳ କୁ ଆମେ ଏବେ କରିଲୁ ପାନ
ତାକୁ ଚାରି ଘନ୍ଟାରେ କରିବା ବିସର୍ଜନ
ଅନ୍ୟଥା ଆମେ ହେବୁ ରୋଗାକ୍ରାନ୍ତ |
ଯେଉଁ ବାୟୂ ଏବେ ଆମେ ନେଲୁ ନିଶ୍ବାସରେ
ତାକୁ ମିନଟକରେ କର ବାହାର ପ୍ରଶ୍ବାସରେ
ଅନ୍ୟଥା ଆମେ ହେବୁ ମୃତ |
ଯେଉଁ ବିପରିତ ଭାବନା ହିଂସା, ରାଗ, ଘୃଣା
ରହିଥାଏ ଆମ ମନରେ ହୁଏ ନାହିଁ ଉଣା
ଯଦି ତାକୁ ଦୂର କରା ନ ଯାଏ ନିତ୍ୟ
ତେବେ ତାହା ମନକୁ କରିବ ଖ୍ୟତାକ୍ତ
ଖାଦ୍ୟ, ପେୟ, ଭାବନା ଆଉ ବାୟୂ
ଠିକ୍ ରହିଲେ ଦୀର୍ଘ ହୁଏ ଆୟୂ |


ରମାକାନ୍ତ ମିଶ୍ର
VIM-268, sailashree vihar, bhubaneswar - 21

0 Comments