OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅତୁଟ ବନ୍ଧନ - ଦେବୀ ପ୍ରଧାନ

ଅତୁଟ ବନ୍ଧନ - ଦେବୀ ପ୍ରଧାନ

ଇଚ୍ଛା ହୁଏ ଆଜି ତୁମ ହାତ ଧରି
ଚାଲିବାକୁ ଦୂର ବାଟ ,
ଦୁହେଁ ହାତ ଧରି ବାଟ ଚାଲୁଥିବା
ପ୍ରୀତିର ହୋଇବ ଭେଟ ।

ନିରୋଳା ରାତିରେ ତୁମେ ଶୋଇଥିବ
ମଥା ରଖି ମୋ କୋଳେ ,
ମୁଁ ଗାଉଥିବି ପ୍ରେମ ଗୀତ ସାଥି
ଚିକି ମିକି ତାରା ମେଳେ ।

କେହିତ ନ ଥିବେ ଆମରି ବାଟରେ
ଭାଂଗିବାକୁ ଆମ ଯୋଡ଼ି ,
ସାତ ଜନମକୁ ଆମ ଏ ବନ୍ଧନ
କେବେ ଯିବ ନାହିଁ ଛାଡି ।

ସକାଳ ବିତିବ ସଂଜ ଗଡୁଥିବ
ବିତୁଥିବ ଦିନ ରାତି ,
ହେଲେ ଆମ ପ୍ରେମ ଅତୁଟ ବନ୍ଧନ
କେବେ ହେବ ନାହିଁ ଈତି ।।

2 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।August 31, 2018 at 10:42 PM

    ବହୁତ ସୁନ୍ଦର କବିତା।
    ଚମତ୍କାର ପରିବେଷଣ ।
    ଧନ୍ୟବାଦ

    ReplyDelete
  2. ଖୁବ୍ ସୁନ୍ଦର କବିତା ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।