ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ସମ୍ପର୍କ କଣ ଆମର - ମିଥୁନ ସାହୁ

ସମ୍ପର୍କ କଣ ଆମର - ମିଥୁନ ସାହୁ

ତୁମେ ମୋର କିଏ ମୁଁ କିଏ ତୁମର
ସଂମ୍ପର୍କ କଣ ଆମର,
ତୁମକୁ କାହିଁକି ପ୍ରତିମୁହୂର୍ତରେ
ଖୋଜୁଥାଏ ମନ ମୋର,,।।
ଜାଣି ମୁଁ ପାରୁନି ଭୁଝି ବି ପାରୁନି
କେମିତିକା ଏ ବନ୍ଧନ,
କ୍ଷଣିକେ ତୁମଠୁ ଦୁରେ ଚାଲିଗଲେ
ବିଚଳିତ ହୁଏ ମନ,,।।
ଯଦି ତୁମେ କିଛି ଜାଣିଅଛ ସତେ
ଦବକି ମୋର ଉତ୍ତର,
ତୁମେ ମତେ କାହିଁ ଲାଗୁଛ ଏମିତି
ଅତି ନିଜର ନିଜର,,।।

0 Comments