Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶେଷ ସ୍ବପ୍ନ - ବାମନ ଚନ୍ଦ୍ର ଦୀକ୍ଷିତ

ତୁମେ ସ୍ବପ୍ନ ମୋ ମୁଦ୍ରିତ ନୟନ ର
କେବେ ଚାହିଁ ଥାଅ କେବେ ଶୋଇ ରୁହ
କେବେ ହସ ହୋଇ ଝରି ଯାଅ ତୁମେ
କେବେ ଲୁହ ଧାରେ ହୋଇ ବହି ଯାଅ
ତୁମେ ସ୍ବପ୍ନ ମୋ ମୁଦ୍ରିତ ନୟନ ର.....

ତୁମେ ଶିହରଣ ଏକ ମୁହୂର୍ତ୍ତର
ଖେଳ ଅଙ୍ଗେ ଅଙ୍ଗେ ମୋର ଲୁଚି ଲୁଚି
ତୁମେ କମ୍ପନ ଘନ ବେପଥୁ ର
ପ୍ରତି ଲୋମ ମୂଳେ ଯାଅ ରଚି ରଚି
ପ୍ରତି ପରଶ ରେ ଚିତ୍ତ ହରଷ ରେ
ପ୍ରୀତି ପୀୟୂଷ ଗୋଳେଇ ବୋଲି ଦିଅ।
ତୁମେ ସ୍ବପ୍ନ ମୋ ମୁଦ୍ରିତ ନୟନ ର.....

ତୁମେ ଶାଶ୍ୱତ ଅମୀୟ ଅନୁଭୂତି
ମୋର ପ୍ରେରଣା ପିପାସି ହୃଦୟ ର
ତୁମେ ସ୍ୱୀକୃତି ଆବାହନ ଗୀତି
ମୋର ବିଗତ ବିରହି ବେଦନା ର
ଦୃତ ଧାବିତ ଧମନୀ ପ୍ରବାହ କୁ
ତୁମେ ଧିରେ ଧରି ସ୍ଥିର କରି ଦିଅ।
ତୁମେ ସ୍ବପ୍ନ ମୋ ମୁଦ୍ରିତ ନୟନ ର.....

ତୁମେ ଶବଦ ମୋ ହୃଦ ସ୍ପନ୍ଦନ ର
କାନେ କାନେ କୁହ ସଦା ରହି ରହି
ଅଧା ଅଧା ଭରା ଜୀବନ ପସରା
କରି ଦେଇଛ ପୂର୍ଣ୍ଣ ଗୋ ପ୍ରାଣମୟୀ
କେବେ ଆନନ୍ଦ କେବେ ଅବଷାଦ
ହୋଇ ନୟନ ପଲକୁ ଝରି ଯାଅ।
ତୁମେ ସ୍ବପ୍ନ ମୋ ମୁଦ୍ରିତ ନୟନ ର.....

ତୁମେ ଅଭିଶାର ଶେଷ ନିଶ୍ୱାସ ର
ଶେଷ ପ୍ରହର ନିଶି ର ଶଶିକଳା
ଶେଷ ଶୀଖା ତୁମେ ଲିଭା ଦୀପାଳି ର
ମଲା ନିଶି ଆକାଶ ର କୁଆଁ ତାରା
ହଜି ଯାଆନା ଗୋ ଖୋଜି ପାରିବିନି
ମୋର ହାତ ପାହାନ୍ତାରେ ରହି ଥାଅ।
ତୁମେ ସ୍ବପ୍ନ ମୋ ମୁଦ୍ରିତ ନୟନ ର.......

Post a Comment

0 Comments