ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କବି - ହୃଷୀକେଶ ମିଶ୍ର

କବି - ହୃଷୀକେଶ ମିଶ୍ର

ନାହିଁ ମୋର ଜ୍ଞାନ ଅଟେ ମୁ ଅଧମ
କିବା ସମୟ ମୋ ଆସିଛି
ନ ବୁଝି ନ ସୁଝି ନ ପଢି ମୁ କିଛି
କବିତା ଲେଖି ମୁଁ ବସିଛି।। 1
ଲେଖନୀ ପରାଏ କଲମଟି ମୋର
ଆହା କି ସୁନ୍ଦର ଦିଶୁଛି
ସାଉଁଟି ଆଣି ସେ ଅଦୃଶ୍ୟ ଭାବନା
କବିତାର ରୂପ ଦେଉଛି। 2
ପ୍ରକୃତି ବର୍ଣନା ଦେଇଣ ଉପମା
ସୁନ୍ଦର ଭାବରେ କରୁଛି
ସୁନ୍ଦରୀ ଲଳନା ବିଷୟ ବର୍ଣନା
କେଡେ ମନୋହର ହୋଇଛି।। 3
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ଧରିଣୀ ପରି ସେ ଦିଶୁଛି
ବୈଶାଖ ମାସର ରୌଦ୍ର ତାପ ସତେ
ତା ପାଇଁ ଫିକା ପଡିଛି। 4
ବାର ମାସେ ତେର ଯାତର କାହାଣୀ
ସେଠାରେ ବର୍ଣିତ ହୋଇଛି
ଓଡ଼ିଆ କାହାଣୀ ଓଡ଼ିଆଙ୍କ ବାଣୀ
ଶୃତି ମଧୁର ଯେ ଶୁଭୁଛି।


ମିଶ୍ର ହୃଷିକେଶ
ଖଲ୍ଲିକୋଟ, ଗଂଜାମ, ଓଡିଶା
ଯୋଗାଯୋଗ- 9556756756

0 Comments