Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଡାକେ ଥରେ ମତେ ବୋଉ - ଜିତେନ୍ଦ୍ର ସାହୁ

ଟିକି ଓଠେ ତୋର ସୁନା ଧନ ମୋର
ଡାକେ ଥରେ ମତେ ବୋଉ,
ତୋ ମିଠା ଡାକରେ ହେବି ମୁଁ ଖୁସିରେ
ଲୋଡ଼ାନାହିଁ କିଛି ଆଉ,,।।
ନାଲି ଗୁଲୁଗୁଲୁ ହସି ଦେଇ ଗେହ୍ଲୁ
ଟିକି ନାଲି ଓଠେ ତୋର,
କୁନି କୁନି ହାତେ ଛୁଇଁଦେଏ ସତେ
ପାସୋରିବ ଦୁଃଖ ମୋର,,
ତୋ ଓଠ ହସରେ ତୋ ମିଠା ଡାକରେ
ଝରେଇରେ ମିଠା ମହୁ,,
ଟିକି ଓଠେ ତୋର ସୁନା ଧନ ମୋର
ଡାକେ ଥରେ ମତେ ବୋଉ,,।।
ମୋ ଆଖି ତାରା ତୁ ମାଣିକ ହୀରା ତୁ
ଅମୂଲ ରତନ ଗଣ୍ଠି,
ପଣତେ ଘୋଡେଇ ନଜର ଆଡେଇ
ଦେଉଥିବି ସ୍ନେହ ବାଣ୍ଟି,,
ଲାଗିବନି କା'ର ତୋ' ଠାରେ ନଜର
କଜ୍ଜଳ ମୋ ଥାଉ ଥାଉ,
ଟିକି ଓଠେ ତୋର ସୁନା ଧନ ମୋର
ଡାକେ ଥରେ ମତେ ବୋଉ,,।।
ଆଜି ମୋ କୋଳରେ ତୁ ଖେଳୁ ବୋଲିରେ
ଅମୃତର ଝର ଝରେ,
ପିଆଇ ଯେ ତତେ ତୃପ୍ତି ଲଭେ କେତେ
ଭିଜି ମୁଁ ସେନେହ ନୀରେ,,
ମାତୃତ୍ବର ସୁଖେ ଉଠେ ପ୍ରେମେ ବକ୍ଷେ
ମମତାରେ ଭରା ଢେଉ,
ଟିକି ଓଠେ ତୋର ସୁନା ଧନ ମୋର
ଡାକେ ଥରେ ମତେ ବୋଉ,,।।


ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments