ସ୍ମୃତିଲିପି - ତପସ୍ୱିନୀ ଦାଶ

ସ୍ମୃତିଲିପି - ତପସ୍ୱିନୀ ଦାଶ

ରାତିକୁ ମାଡି ମକଚି କେମିତି ଧସେଇ ପଶି ଆସେ ତା ସ୍ମୃତି
ଲୋକେ ବୋଲିବେ କଅଣ ରୂଢି ରେ
ବୋଳି ହୋଇଯାଏ ମସିହା,
କେତେବେଳେ ପବନ ଆସି ଗାଁ ର ଶାଗୁଆ ମାଟିକୁ ଚୁମିଲା ପରି
ଚୁମିଯାଏ ସାରା ଶରୀର
ଗଛର ପତର ଝୁମିଲା ପରି ଝୁମୁଥାଏ
ଗୋଟା ପଣେ ତା ଶରୀର
ଫଗୁଣର ଚିଠି ଧରି ଚଢେଇ ମାନେ
କିଚିରିମିଚିରି ହେଲାପରି
ଟୁପୁରୁଟାପୁର ହେଉଥାନ୍ତି
ସାରା ଗାଁ
ଟୋପା ଟୋପା ବର୍ଷାରେ ଭିଜି
କାହାର ଠିକଣା ଖୋଜି ଖୋଜି
ଫୁଲର ସମ୍ଭାର ଭିତରେ
କୁନି କୁନି ଚଢେଇ ମାନେ
ତାରାଭର୍ତ୍ତି ଆକାଶରେ ଆଖି ମିଟିକା
ମାରି କହିଦେଉଥିଲେ ଏଇ ଶୁଣ
ଭିଡିମୋଡ ହେଉଥିବା
ମାଟି ସିଲଟରେ ମଡ଼ାଉ ମଡାଉ
ଅ ଆ ପରି
କଣ୍ଟା ଗାର ହୋଇ ରହି ଯାଇଥିବା ପ୍ରେମ
ଏଇ ବୋଧେ ହଜି ଯାଇଥିବା ସ୍ମୃତିଲିପି ॥

0 Comments