Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହୃଦୟରେ ରହିଥିବ - ପ୍ରଶାନ୍ତ କୁମାର ନାଥ

ଭୁଲିଗଲ ବୋଲି ଦୁଃଖ ନାହିଁ ମୋର
ପାରିବିନି ଜମା ଭୁଲି
ତୁମେ ଚାଲିଗଲେ ହୃଦୟ ମୋହର
ହୋଇଯିବ ନାହିଁ ଖାଲି ।
କାଲି ରହିଥିଲ ଆଜିବି ରହିଛ
କାଲିବି ସେଇଠି ଥିବ
ସତରେ ଯଦିବି ଆସି ନ ପାରିବ
ଭାବନାରେ ଆସୁଥିବ ।
ତୁମେ ଝରୁଥିବ କଲମ ମୁନରେ
ଗଳ୍ପ ଓ କବିତା ହୋଇ
ଲେଖୁଥିବି ନିତି ତୁମପାଇଁ କିଛି
ତୁମ ଭାବନାକୁ ନେଇ ।
ତୁମେତ କରିଛ କବିଟିଏ ମୋତେ
ହୃଦୟକୁ ମୋର ଆସି
ତୁମ ଭାବନରେ ମନରେ ମୋହର
କବିତା ଆସଇ ଭାସି ।
ପ୍ରେମର କବିତା ଲେଖୁଥିଲି ମୁହିଁ
ତୁମେ ଯେବେ ସାଥେ ଥିଲ
ଏଇନେ ଲେଖୁଛି ବିରହ କବିତା
ଯେବେ ଠାରୁ ଭୁଲିଗଲ ।
ପ୍ରେମ କବି ବୋଲି କହୁଥିଲେ ସବୁ
କୁହନ୍ତି ବିରହ କବି
ଯାହାବି ଲେଖିଲେ ଲେଖୁଛି କେବଳ
ତୁମରି କଥାକୁ ଭାବି ।


ସୁନ୍ଦରପୁର, ପ୍ରୀତିପୁର, ଯାଜପୁର

Post a Comment

0 Comments