OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଶିଉଳିର ପ୍ରେମ - ସିପ୍ରା ନାମତା (ନମ୍ରତା)

ଶିଉଳିର ପ୍ରେମ - ସିପ୍ରା ନାମତା (ନମ୍ରତା)

ଶିଉଳି ବି କ'ଣ ପ୍ରେମ କରେ
ନିହାତି ଶ୍ୟାମଳ ତା ବର୍ଣ୍ଣ
ଜାଣେନା ତା ଦେହ ନୀଳିମାରେ
କେତେ ଯେ ଆକର୍ଷଣ ।।

ମଣିଷ ର ଭାଙ୍ଗେ
ଉଜୁଡେ ସମ୍ପର୍କର ବନ୍ଧ
କିନ୍ତୁ ଜଳ ଓ ଶୈବାଳ ର
ତୁଟେନା ଯେ ଛନ୍ଦ ।।

ମୁଲାୟମ ତନୁ ରେ ତା ମନ
ସଦା ଢଳ ଢଳ ପାଣିରେ
ଛଳ ଛଳ କଳ କଳ ଛାତିତଳେ
ସମ୍ମୋହିତ ସୁଅ ରେ ।।

କେତେ ପଦ୍ମ ଫୁଟେ ,
ପୁଣି ଫୁଟେ କଇଁ
ପାଣି ର ହୃଦୟ ରେ
ପକ୍ଷ ପାତ ନାଇଁ ।।

ଲୁଚାଇ ତ ରଖିଥାଏ
ସଂଗୋପନେ ପରଶ
ମନ କେବେ ମାରେ ନାହିଁ
ଶିଉଳି ତ ସରସ ।।


ସିପ୍ରା ନାମତା ( ନମ୍ରତା )
ବାରିପଦା

0 Comments