Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତ୍ରିରଙ୍ଗା ପତାକା - ଶରତ ଚନ୍ଦ୍ର ଜାଲି

ତିନୋଟି ରଂଗର ସମାହାର ଅାମ-
ତ୍ରିରଂଗା ଦେଶଗୌରବ
ସବୁଜ,ନାରଙ୍ଗୀ,ଧଳାରଙ୍ଗେ ଦିଏ
ଶାନ୍ତି,ତ୍ୟାଗ,ବୀରଭାବ ॥

କନାଛେକା ଖଣ୍ଡେ ଭାବିବନି କେହି
ସେ ପରା ଆମ ଜୀବନ
ଦେଶର ସେ ଅଟେ ଅମୂଲ୍ୟ ସଂପଦ
ତା'ଲାଗି ଆମେ ସ୍ୱାଧିନ ॥

ତା'ପାଇଁ ଅନେକ ବୀର ସଇନିକ
ଦେଇଛନ୍ତି ପ୍ରାଣଦାନ
ଛାଡି ଘରଦ୍ୱାର ବନ୍ଧୁ,ପରିବାର
ରଖିଛନ୍ତି ତା'ର ମାନ ॥

ଏ ପତାକା ତଳେ ରୁଣ୍ଡହେଇ ମୁଣ୍ଡ-
ଟେକିଥିଲା ମୁକ୍ତିମାର୍ଗ
ଏ ସ୍ୱରାଜ୍ୟ ଧ୍ୱଜା ଆମ ପରିଚୟ
କୋଟିଜନତାଙ୍କ ସ୍ୱର୍ଗ ॥

ପବନ ସୁଅରେ ଉଡେ ଫରଫର
ପ୍ରଫୁଲ ଚିତ୍ତରେ ଦେଖ
ମୁକ୍ତଗଗନରେ ସେ ଯେତେ ଉଡିବ
ଜାତିର ବଢିବ ଟେକ ॥

ସ୍ୱାଧିନ ସଂଗ୍ରାମେ ଉଡିଥିଲା ଦିନେ
ଜଳ,ସ୍ଥଳ,ଗଗନରେ
ଅାସ ସର୍ବେ ଆମେ କରିବା ସଂକଳ୍ପ
ସ୍ୱଧିନଭରା ମନରେ ॥

ଗଢିବା ଭାରତ ହରିବା ଆରତ
ତ୍ରିରଂଗା ପତାକା ମନୁ
ସାହାଭରସା ସେ ସୁଖରେ ଦୁଃଖରେ
ବଞ୍ଚିବ କେ ତା ବିନୁ ॥


ଶରତ ଚନ୍ଦ୍ର ଜାଲି, ପଥରା, ଖଲ୍ଲିକୋଟ

Post a Comment

0 Comments