Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁମେ ଠିକ୍ କହିଛ ହେ ମହାପାତ୍ରେ - କବିତା ପଟ୍ଟନାୟକ

ତୁମେ ଠିକ୍ କହୁଛ ହେ ମହାପାତ୍ରେ
ବାସ୍ ଗୋଟିଏ ସ୍ୱପ୍ନ ପାଇଁ
ଅନେକ ରାତିର ନିଦ ମାନଙ୍କୁ
ଖର୍ଚ୍ଚ କରିବାକୁ ହୁଏ
ମାତ୍ର ଗୋଟେ ମୂହୁର୍ତ୍ତ ପାଇଁ
ଚିହ୍ନା ଚିହ୍ନା ମୁହଁ ମାନଙ୍କୁ
ପଛ କରିବାକୁ ହୁଏ
ବେରଙ୍ଗୀ ଦୁୁଃଖ ମାନଙ୍କୁ
ଶାଗୁଆ କରିବାକୁ ନକଲି
ହସଟିଏ ହସିବାକୁ ହୁଏ
ତୁମେ ଠିକ୍ କହିଛ ମହାପାତ୍ରେ
କେଇମୁଠା ଦାନା ପାଇଁ
ଦାନ୍ତରେ ତିରଣ ଧରି
ଆଖିବୁଜି ଚାଲିବାକୁ ହୁଏ
କେବେ ଯଦି ଝୁଣ୍ଟି ପଡ
ଇଡିଯିବା ସମ୍ମାନରେ ଦେହ
ଥରିଉଠୁଥାଏ
ତୁମେ ଠିକ୍ କହିଛ ହେ
ପଶୁତାର ନିଆଁ ର ଉହାଡେ
ମାତ୍ର...ମାତ୍ର ଜଣକୁ ବେଢିଥାନ୍ତି
ଅସଂଖ୍ୟ ଶାଗୁଣା
ତଥାପି ମଲା ମାଛ ପରି
ପଡିବାକୁ ହୁଏ
ଆଉ ଲୁହର ଲୁଣିଆକୁ
ଢୋକିବାକୁ ହୁଏ
ତୁମେ ବିଲକୁଲ୍ ଠିକ୍ ହେ ମହାପାତ୍ରେ
ଦିନଟିଏ ପାଇଁ ଅନ୍ଧାରୁଆ ଠୁ ବଳି
ଅନ୍ଧାର ଭିତରେ ବଞ୍ଚି ବାକୁ ହୁଏ
ଆଉ ଝଙ୍କାଳିଆ. ବରଗଛ ତଳେ
ରାତିଠୁଁ ଆହୁରି ଅନ୍ଧାର ସହ
ଖେଳି ବାକୁ ହୁଏ
ସମୟର ସାତଶଙ୍ଖେ
ନିଜକୁ ମିଳାଇ ଝରୁଥିବା
ଝାଳ ଆଉ ରକ୍ତ ସହ
ହାତକୁ ମିଶାଇ ଚାଲିବାକୁ ହୁଏ
ତୁମେ ଠିକ୍ କହିଛ ହେ ମହାପାତ୍ର
ବଦଳୁ ଥିବା ସମୟ
ସହ ବଦଳି ବାକୁ ହୁଏ. !!!


କବିତା ପଟ୍ଟନାୟକ, ଖୋର୍ଦ୍ଧା

Post a Comment

0 Comments