ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତୁମକୁ ଦେଖିଲା ପରେ - ସଦାନନ୍ଦ ସାହୁ

ତୁମକୁ ଦେଖିଲା ପରେ - ସଦାନନ୍ଦ ସାହୁ

ତୁମକୁ ଦେଖିଲା ପରେ
ରଙ୍ଗ ମହଲ ରେ ;;
ମନ ମୋର ହଜି ଗଲା
ପ୍ରେମ ଦୁନିଆଁ ରେ !!
ହୃଦୟ ସ୍ପନ୍ଦନ ମୋର
ତୁମ ନାମ ଗାଏ ;;
ଝୁରି ଝୁରି ମନ ମୋର
ନିଦ ଶୋଇ ଯାଏ !!
କାହଁକି କିମିଆ କଲ
କୁହ ସୁନା ଗୋରି ;;
କିଛି ଭଲ ଲାଗୁ ନାହିଁ
ହଉଛି ମୁଁ ଝୁରି ;!!!!
ସରଳ ହୃଦୟ ମୋର
ପ୍ରେମ ଗନ୍ତା ଘର;;
କରି ନାହିଁ ପ୍ରେମ କେଵେ
କରହେ ଆଦର !!!!
ତୁମକୁ ଦେଖିଲା ପରେ
ସ୍ୱପ୍ନ ରେ ବିଭୋର ;;
ନାଇ ଦିଅ ପ୍ରିୟା ତୁମେ
ମୋ ପାଇଁ ସିନ୍ଦୁର !!!
ପ୍ରେମ ଆଶା ମନ ଭାଷା
ବୁଝିବ କି ପ୍ରିୟା ;
ସୁଖ ଦେବି ଶାନ୍ତି ଦେବି
କରିବି କିମିଆ !!!
ଫୁଲ ଫଗୁ ବସନା ରେ
ଦେବି ମୁଁ ହଜେଇ ;;
ପ୍ରୀତି ଫୁଲ ବଗିଚାରେ
ଦେବି ମୁଁ ସଜେଇ !!!
ତୁମକୁ ଦେଖିଲା ପରେ
ପ୍ରେମ ଗୀତ ଗାଏ ;;
ତୁମକୁ ଦେଖିଲା ପରେ
ପ୍ରେମ ଛବି ଆଙ୍କେ !!!




ସଦାନନ୍ଦ ସାହୁ, କାରା କର୍ମଚାରୀ,
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ୱାର

1 Comments

  1. କବିତା ଟିକୁ ପଠନ କରି ମନ୍ତବ୍ୟ ଦିଅନ୍ତୁ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।