Information

ରଥଯାତ୍ରା - କବିତା ପଟ୍ଟନାୟକ

ରଥ ଗଡି ଚାଲେ
ଚକ ଗଡି ଚାଲେ
ଗଡି ଚାଲୁ ଥାଇ ଧନ
ବଡ ଦାଣ୍ଡ ଶୋଭା
କେଡେ ମନ ଲୋଭା
ଯେବେ ରଥେ ବିରାଜଇ ଶ୍ୟାମ
ଭାବର ନିକଟ
ଅଭାବରେ ଦୂର
ନେତ୍ର ତ ହୁଅଇ ଧନ୍ୟ
ପାପି ତରି ଯାଏ
ତପି ତରି ଯାଏ
ଦର୍ଶନ ମାତ୍ରେଇ ବ୍ରହ୍ମ
ରଥର ଦଉଡି
ମନେ ଦେଲେ ଭିଡି
ଆପେ ଆପେ ଗଡି ଯାଉ
କୋଟି କୋଟି ନେତ୍ରୁ
ଝରି ପଡେ ଅଶ୍ରୁ
ଭାବରେ ତୁ ଭିଜି ଯାଉ
ମନ କହୁ ଥାଏ
ଧନରେ ଧନରେ
ପଥ ଛାଡୁ ଥାଏ ରଡି
ରଥ ଯାଉଥାଏ
ଦୋହଲି ଦୋହଲି
ଭକ୍ତ ଯାଉଥାଏ ଗଡି
ଭକତର ଲୁହ
ଭକତର କୋହ
ତୋ ପାଇଁ ଅମୂଲ୍ୟ ଧନ
ବଡ ଦାଣ୍ଡ ନ'ରେ
ନନ୍ଦୀ ଘୋଷ ପରେ
ଦେଉଥାଉ ମୋକ୍ଷ ଦାନ
ଭକତ କହଇ
ରଖ ରଖ ହରି
ହାତ ଦୁଇ ଉର୍ଦ୍ଧ କରି
ଭକତି ଭାବରେ
ଛନ୍ଦା ବୋଲି ନାଥ
ତା ଦୁଃଖ ନିଅ ଆବୋରି
ସଂହତି ର ଶଙ୍ଖ
ହୁଏ ଉନମୁଖ
ଯେବେ ଭାଈ ଭଉଣୀ ର ସାଥେ
ବିଚିତ୍ର ଏ ଯାତ୍ରା
ଅଦଭୁତ ବାତ୍ତା
ପତିତ ପାବନୀ କ୍ଷେତ୍ରେ ।!!

Post a Comment