Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ପରିବର୍ତ୍ତନତା ମୁଁ ଲୋଡୁଥାଏ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଏହି ମୋ ଭାରତ ଆର୍ଯ୍ୟାବର୍ତ୍ତ ଭୂମୀ ଏହାର ଗୈାରବ ଆକାଶ ଛୁଆଁ
ଲକ୍ଷ୍ମୀ ବାଇ ,ସୀତା , ସାବିତ୍ରୀ ଓ ଦୁର୍ଗା ଅଟନ୍ତି ଏ ଦେଶ ମାଟିର ମାଆ ,
କେତେ ସଂଭ୍ରମତା କେତେ ସମର୍ପିତା ଇତିହାସ ରଚି ରଖିଲେ ନାଁ
ସେଇ ଦେଶ ସେଇ ମାଟିର ମହକ ଲୁପ୍ତହୋଇଯାଏ କହରେ କିଆଁ ।।

ଲୀଳା ବତୀ,କଳା ବତୀ, ମୈତ୍ରେୟ, ଗାର୍ଗୀ ଏମାଟିର ଗର୍ବ ଗରିମା
ଆଜି ଏ ସ୍ବାଧୀନ ଦେଶରେ ଏଜାତି ଗର୍ବ ଭୁଲୁଣ୍ଠିତ କହରେ କିଆଁ
ଆମେ ଆଧୁନିକ ଯୁଗର କନ୍ୟା ପୁରାଯୁଗ କଥା ଆଉ କୁହନା
ଖୋଲା କେଶ କଟା ଜିନ୍ ବାନିଅନ ଦରକାର ହୁଏ ନାହିଁ ଓଢଣା ।।

ପୁରାକାଳେ ପରା ଡାକିନୀ ଯୋଗିନୀ ଉନ୍ମୁକ୍ତ ମଥାରେ କରିଲେ ଖେଳ
ସ୍ବାମୀ ପୁତ୍ରହନ୍ତା ବିବେଚିତ ହୁଏ ଶୃଙ୍ଗାର ନହେଲେ ମଥାର ଚୁଳ
ଖୋଲା କେଶ କରି ଦ୍ରୁପଦ ନନ୍ଦିନୀ କୁରୁ ବଂଶ ପାଇଁ ରଚିଲେ କାଳ
ଆଜି ଆଧୁନିକ କହି ଦେଖ ସର୍ବେ ବନ୍ଧାଯାଏ ନାହିଁ କାହାର ବାଳ ।।

ବୁକୁଖୋଲା ପୁଣି ପେଟ,ପିଠିଖୋଲା ଜାନୁ,ଜଉବନ ଭୂଗୋଳ ରେଖା
ପ୍ରଦର୍ଶିତ କରି ରାସ୍ତାରେ ଚାଲନ୍ତି କହିବ କିଏସେ କାହାକୁ ଲଗା
ସ୍ବାଧୀନ ଏମିତି ଉଲଗ୍ନ ମନନ ଦୁଷ୍କର୍ମ ହୁଅଇ ନଗ୍ନିକା* ସାଥେ
କାହାକୁ କହିବା ଦୁଃସହ ଜୀବନ ସମାଜ ଚାଲିଛି ପ୍ରଳୟ ପଥେ ।।

ପିନ୍ଧିବା ପାଇଁକି ବାରହାତ ଶାଢ଼ୀ କଳେବର ପାଦୁ ମସ୍ତକ ଯାଏ
ଲୁଚି ଯାଏ ବୋଲି ଆମ ସଂସ୍କୃତି ରେ ଥରେ‌ ରାଧାପଦ ଦର୍ଶନ ‌ହୁଏ
ଭୁଲିଯାଇ ଅଛୁ ଏଇ ନୀତି ଭାଷା କହିଲି ଯଦି ବା ମୋ ଦୋଷହୁଏ
ଛିଣ୍ଡୁ ମୋର ଶୀର ଧରମ ଦାଣ୍ଡରେ ପରିବର୍ତ୍ତନ ତା ମୁଁ ଲୋଡୁଥାଏ ।।

Post a Comment

0 Comments