Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କାହିଁ ସେ ଆଚରଣ - ରାମାକାନ୍ତ ମିଶ୍ର

ସ୍ବାଧିନତା ଦିବସକୁ ପୁରିଲା ବାସ୍ତରୀ ବର୍ଷ
କିନ୍ତୁ ଆମେ କେହି ହୋଇ ପାରୁ ନାହୁଁ ହର୍ଷ
ସ୍ବାଧିନତା ନାମେ ଆମର ଆଶା ଥିଲା ଅନେକ
ଆଶା ପୂରଣ ପାଇଁ କିଛି କରିନୁ ତ ଅଧିକ
ସମସ୍ତେ ଯଦି ହେବେ ନିଜ ସ୍ବାର୍ଥ ରେ ଜର୍ଜରିତ
ଦେଶ ସ୍ବାଧିନତା କୁ ଅନୁଭବ କରିବ ନାହିଁ ତ
ଜାପାନ ଧ୍ବଂସ ହେବାର ପୁରିଲା ଚଉସ୍ତରୀ ବର୍ଷ
ଆଜି କିନ୍ତୁ ସେମାନେ ସାରା ବଶ୍ବ ରେ ଉତ୍କର୍ଷ
କାରଣ କାମ କରନ୍ତି ଦେଶ ପାଇଁ ସଭିଁଏ
ଏକ ମନ ଏକ ପ୍ରାଣ ହୋଇ କାମ କରନ୍ତି ସଭିଁଏ
ନିଜ ସ୍ବାର୍ଥ ତ୍ୟାଗ କରି ଦେଶ ପାଇଁ ବଳୀଦାନ
ନ ହେଲେ କେବେବି ହେବ ନାହିଁ ଦେଶର ଉତ୍ଥାନ
ଆଜି ଆମେ କେହି ଦେଶ କଥା ଭାବୁ ନାହିଁ
ତେବେ ଆମ ଦେଶ ର ଉନ୍ନତି ହେବ କାହୁଁ ?
କରିବାନି ସ୍ବାର୍ଥ ତ୍ୟାଗ ସୁଖ ଖୋଜିବା ଆଗ
ସ୍ବାଧିନତାରୁ ଖୋଜୁଛୁ ଲାଭ, ଏ ଦେଶ ଯିବକି ଆଗ ?
ଯେ ପର୍ଯ୍ୟନ୍ତ ଜାଗି ନାହିଁ ଆମର ଆତ୍ମ ସମ୍ମାନ
ହେବ ନାହିଁ ଏ ଦେଶ କେବେ ହେଲେ ବି ମହାନ
ଆମେ ସବୁ ଖୋଜୁ ଥିବା ଦେଶ ର ସ୍ବାଧିନତା କାହିଁ ?
ତେବେ ଆଗ ଖୋଜିବା ଆମର ଉଚିତ ଆଚରଣ କାହିଁ ?


ରମାକାନ୍ତ ମିଶ୍ର
VIM-268, Sailashree Vihar, bhubaneswaar, - 21

Post a Comment

0 Comments