ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବନ୍ଧୁତା - ମିଥୁନ୍ ସାହୁ

ବନ୍ଧୁତା - ମିଥୁନ୍ ସାହୁ

ମିତଟିଏ ମୋର ହବୁକି ତୁ କହ
ରଖିବି ନେଇ ପାଖରେ,
ସୁଖରେ ଦୁଃଖରେ ରହିଥିବା ସଦା
ଦୁହେଁ ଦୁହିଁଙ୍କ ସାଥିରେ,,
ଯିବୁନାହିଁ ଛାଡି ମତେ ଏକାକରି
ରାଣ ରହିଲା ତତେରେ,
ପରବୋଲି କେବେ ଭାବିବୁ ଯେ ନାହିଁ
ଆଜିଠୁ ସାଙ୍ଗ ମତେରେ,,
ହୃଦୟ ଭିତରେ ରଖିଥିବା ସ୍ନେହ
ଦୁହେଁ ଦୁହିଁଙ୍କ ପାଇଁରେ,
ଡ଼ରିବାନି କେବେ ଆଗେଇ ଚାଲିବା
ସବୁବେଳେ ଜୀବନରେ,,
ଆମ ଦୁହିଁଙ୍କର ବନ୍ଧୁତାକୁ ଦେଖି
ଜଳିବେ କେତେ ଇର୍ଷାରେ,
ପ୍ରମାଣ କରିବା ବନ୍ଧୁତାଠୁ ବଡ଼
ନାହିଁକିଛି ଦୁନିଆରେ,,


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

0 Comments