Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କଜଳପାତି - ଧ୍ରୁବ ଚରଣ ବେହେରା

ଆମ ବାଡି ପଛ ଗଛର ଡାଳେ
ବସା ବାନ୍ଧି ଥିଲେ ବିହଙ୍ଗ ହଳେ ।।
ଟିକି ଡାଳ ତାର ବେଶୀ ନହକା
ମାଙ୍କଡ ବି ଡରେ ଦେଖି କି ଶାଖା ।।
କେହି ନ ପାରିବେ ଯାଇ ପାଖକୁ
ହେଲେ ଭାରି ଡର କଳା ମେଘକୁ ।।
ନାଆଁଟି ତାହାର କଜଳ ପାତି
ଦେହ ହାଣ୍ଡି କଳା ସୁନ୍ଦର ଅତି ।।
ଭାବ ଦିଆ ନିଆ ହୁଅନ୍ତି ଭଲ
ଟିକି ଶାବକକୁ କରନ୍ତି ଗେଲ ।।
ଦୁଇଟି ଛୁଆର ଜନନୀ, ବାପା
ନିଜ କର୍ତବ୍ଯରେ ସୁଗୁଣ ମପା ।।
ଆହର ଖୋଜନ୍ତି ଚାରି ପାଖରୁ
ନିତି ଦିନ କାମ ସକାଳ ଠାରୁ ।।
କର୍ତବ୍ଯର ଦାସ ଏପରି କର୍ମ
ତୁଲାନ୍ତି ଦାଇତ୍ବ ନ ହୋଇ ଭ୍ରମ ।।
ମାଆ ବାପା ଠାରୁ ନାହିଁ କେ ବଡ
ସହି ଦୁଃଖ କଷ୍ଟ ଗଢନ୍ତି ନିଡ ।।
ନିଜେ ସହି କରି ଅନେକ କଷ୍ଟ
ଆହର ଖଞ୍ଜନ୍ତି ସ୍ମରନ୍ତି ଇଷ୍ଟ ।।
ସନ୍ତାନର ଶୁଖେ ହୁଅନ୍ତି ସୁଖି
ଆଶା ନ ରଖନ୍ତି କିଛି ବି ଦେଖି ।।
ବାପାର କର୍ତବ୍ଯ ମାଆର ସ୍ନେହ
ଛୁଆ ପାଇଁ ଅଟେ ଅମର ମୋହ ।।
ମାଆ ଜଗୁଆଳି ଶିଶୁଙ୍କ ପାଖେ
ପିତାଙ୍କ ଅସ୍ତିତ୍ବ ସଂସାର ଦେଖେ ।।
ଆସିଲା ଦିନେ ତ ବରଷା ଝଡ଼ି
ପବନ ସାଥିରେ ବାଦଲ ରଡି ।।
ବହିଲା ପବନ ତୁହାକୁ ତୁହା
ଭୋକରେ ବିକଳ କଜଳ ଛୁଆ ।।
ଡାଳ ହଲୁଥାଏ ହୋଇ ଅଧିର
ଟିକି ଶାବକଙ୍କୁ ଲାଗଲା ଡର ।।
ମାଆ ଢାଙ୍କି ଦିଏ ନିଜ ପରରେ
ଛୁଆଙ୍କୁ ଉଷୁମ ଲାଗଇ ଧିରେ ।।
ପୋକ ଜୋକ ଖୋଜି ଆଣେ କଜଳ
ଚଞ୍ଚୁରେ ପରସି ଦିଏ ସଅଳ ।।
ବାପା ମାଆ ଥିଲେ ଶିଶୁର ପାଶେ
ସବୁ ଡର ଭୟ ଯାଏ ନିମିଷେ ।।
କିଛିକ୍ଷଣ ପରେ ଗଲା ବରଷା
ପବନ ସାଥିରେ ବିଜୁଳି ଭଷା ।।
ସୁନ୍ଦର ଦିଶିଲା ନୀଳ ଆକାଶ
ଇନ୍ଦ୍ରଧନୁ ଟାଣି ଦେଲେ ଶଚୀଶ ।।
ସବୁଜିମା ସାଥେ ହସେ ପାବନୀ
ପକ୍ଷୀର କାକଳି ଶୁଭେ ଅବନୀ ।।
ପକ୍ଷୀ ଛୁଆ ଦେଖି ହରଷ ମନେ
ଚିରଂ ଚିରଂ ରାବ ଗାଇଲେ କାନେ ।।
କଜଳ ଯୋଡା ଯେ ହୋଇଲେ ଖୁସି
ସଂନ୍ଧ୍ଯା ଆଗମନେ ଧରା ପ୍ରବେଶି ।।
ରଜନୀ ଘୋଟିଲା ପୃଥିବୀ ପରେ
କଜଳ ସଂସାର ସୁଖ ନିଦ୍ରାରେ ।।
ଟିକି ଜୀବ ସିନା ମହତ୍ ଦାନ
ବିଧାତାର ସୃଷ୍ଟି ଅମୂଲ୍ଯ ମାନ ।।
ଶିଖିବାକୁ ହେବ କର୍ତବ୍ଯ ବୋଧ
ସୁଖ ଦୁଃଖ ନେଇ ଜୀବନ ଲବ୍ଧ ।।


ଧ୍ରୁବ ଚରଣ ବେହେରା ।

Post a Comment

0 Comments