ସ୍ଵାଧୀନତା - ଜିତେନ୍ଦ୍ର ସାହୁ

ସ୍ଵାଧୀନତା - ଜିତେନ୍ଦ୍ର ସାହୁ

ସ୍ବାଭିମାନୀ ଆମେ ଆମ ଦେଶ କାମେ
ଲଗେଇ ଦେବା ଏ ପ୍ରାଣ,
ମାଟି ମାଆ କୋଳେ ତ୍ରିରଙ୍ଗାର ତଳେ
ସର୍ବେ ରହି ନେବା ପଣ,,।।
ଧିକାରି ସ୍ବାର୍ଥକୁ ଆହ୍ବାନେ ଶତ୍ରୁକୁ
ସମ୍ମୁଖେ ହୋଇବା ଠିଆ,
ଦେଶ ପ୍ରୀତି ଭାବ ଜଣାଇ ଯେ ଦେବ
ଭାରତ ଆମରି ମାଆ,,।।
ନବୀନ ଚିନ୍ତନେ ମନର ମନ୍ଥନେ
ମୋହ ମାୟା ଦେବା ଜାଳି,
ମାତୃଭୁମି ସେବା ପାଇଁ ମନ ଦେବା
ବୀରଙ୍କ ଗାଥାକୁ ଭାଳି,,।।
ତାଙ୍କ ବଳିଦାନ କେତେ ଯେ ମହାନ
ସେ ଲାଗି ସ୍ବାଧୀନ ଆମେ,,
ବୀରଙ୍କ ରୁଧିରେ ତେଣୁ ଗୌରବରେ
ତ୍ରିରଙ୍ଗା ନଭକୁ ଚୁମେ,,।।


ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

0 Comments