Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଆଶା - ଚିଦାନନ୍ଦ ଦେହୁରୀ

ଖୋଜିବା ନିଶାରେ ଅନେକ ଖୋଜିଛି
ପାଇଅଛି କିଛି କି,
ଜୀବନ ଦର୍ଶନେ ଯେତେ ଯା ପାଇଲେ
ଲାଗେ ଆହୁରି ରହିଛି ବାକି ॥
ଖୋଜିବା ମାତ୍ରକେ ମିଳିଯିବ ଯଦି
ସମସ୍ତେ ଖୋଜିବେ ଆଜି,
ଜୀବନ ଯୁଦ୍ଧରେ ଜିତିବା ନିଶାରେ
ଲାଗିବ ଜୀବନ ବାଜି ॥
ଷଡରିପୁ ମଧ୍ୟେ ଲୋଭ ଯେ ବଳିଷ୍ଠ
ଏ ମଣିଷ ଜାଣୁ ନାହିଁ,
ଯେତେ ଯା ପାଇଲେ ଏ ମଣିଷ ସଦା
ଆହୁରି ସାଉଁଟୁ ଥାଇ ॥


ଚିଦାନନ୍ଦ ଦେହୁରୀ, ସଂସ୍କୃତ ଶିକ୍ଷକ
ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ, ଠାକୁରଗଡ଼, ଆଠମଲ୍ଲିକ, ଅନୁଗୋଳ

Post a Comment

0 Comments