Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଏଇ ରାକ୍ଷୀ ପୁନେଇଁରେ - ସିଦ୍ଧେଶ୍ଵର ତ୍ରିପାଠୀ

ଭାଇ ଭଉଣୀର ସେନେହ ସମ୍ପର୍କ
କାହାକୁ ଅଛପା ଅବା
ସେଇଲେ ରୁଷନ୍ତି ସେଇଲେ ମିଶନ୍ତି
ସଭିଙ୍କୁ କରନ୍ତି କାବା ।

ଭାଇ ଦୁଃଖ ଦେଖି ଭଉଣୀ ଆଖିରୁ
ଝରି ଯାଏ କେତେ ଲୁହ
ଭଉଣୀ କାନ୍ଦିଲେ ଭାଇର ଏ ଛାତି
ସମ୍ଭାଳି ପାରେନି କୋହ ।

ଯେତେ ମାଡ ଗାଳି ସବୁ ଯାଏ ଚଳି
ପୁଣି ହୁଏ ମିଳା ମିଶା
ଜଣେ ଜଣ କର ସୁଖ ମନାଶେ
ଜଣେ ତ ଦିଏ ଭରଷା ।

ଭାଇ ହାତେ ରାକ୍ଷୀ ବାନ୍ଧଇ ଭଉଣୀ
ସେତ ଶେନେହର ଡୋରି
ଏମିତି ବନ୍ଧନ ଗଢ଼ିଛି ଦଇବ
କିଏ ହେବ ତାଙ୍କ ସରି ।

ଭଉଣୀ ଭାଇଙ୍କ ଓଠେ ହସ ଫୁଟେ
ଦୁହେଁ ଥିଲେ ନିକଟରେ
ଦୂରେଥିଲେ ଦୁହେଁ ଦୁହିଁଙ୍କୁ ଝୁରନ୍ତି
ଏଇ ରାକ୍ଷୀ ପୁନେଇଁ ରେ ।




ସିଦ୍ଧେଶ୍ବର ତ୍ରିପାଠୀ, କୁଣ୍ଡିଲୋ, କେରଙ୍ଗ, ଖୋରଧା

Post a Comment

0 Comments