Ad

header ads

ସମ୍ବଲପୁରୀ କବିତା - ମୁଇଁ ତାର ଦିଲକା ରାଜା - ରାଜେଶ ପୂଜାରୀ

ଏ ଫଗୁନ ତୁଇଆରେ
ମୋର୍ ପ୍ରିୟା କେ ଦେ ରଙ୍ଗେଇ
ଏ ଶରାବନ୍ ତୁଇଆରେ
ମୋର୍ ସୁନାକେ ଦେ ଭିଜେଇ
ଫୁଲେଇ ସଜନୀ ଝାରେ ଆଖିର୍ ପାନି
ଗୁମାନୀ ଦିୱାନୀ କିଛି ନାଇଁ ଜାନି
ଯେତେ କରି ବୁଝାଲେଁ ହେସି ଅବୁଝା
ଲୁଭ୍ ଲୁଭାନି ଦିଲକିରାନୀ ସେ
ମୁଇଁ ତାର ଦିଲକା ରାଜା (୦)

ଡାଉଟ୍ କରୁଛେ ଖାଲି ମତେ ମୋର ଜାନେଜାନା
ସେ ମୋର୍ ଜୀବନ୍ ସେ ମୋର୍ ସପନ୍
ଅଧୁରା ମୁଇଁ ତାର୍ ବିନା
ଇ ଦୁନିଆଁର୍ କଥା ଶୁନି ଗେହ୍ଲେଇ ସୁନା
ରିଶେଇ କରି ଫୁଲେଇ କରି
ମନ୍ କରିଛେ ଉନା
ଧୁରିଆ ଧୁରିଆ ରହୁଛେ ଧୁରିଆ
ଡାକୁଛେଁ ଫିରିଆ ତତେ ମୋର୍ କିରିଆ
ଭୋଲିଭାଲି ନଖରା ବାଲି ଆଜ୍ଜା ଆଜ୍ଜା (1)

ବିଲିଭ୍ ନାଇଁ କରେ କେଭେଁ ହେଲେ଼ଁ ଗୁରୀ ମତେ
ମେହେଶୁଶ୍ କରି ନାଇଁ ପାରେ ଧନ
ଲଭ୍ କରୁଛେଁ କେତେ
ସାବିତ୍ କରବାର୍ ଲାଗି ପ୍ୟାର୍ ମୋର୍ ଗେହେରା କେତେ
ତାର୍ କସମ୍ ଜାନ୍ କୁରବାନ୍
କରିଦେମି ମୁଇଁ ସତେ
ବୁଝେଇ ଦିଅରେ ମନେଇ ଦିଅରେ
କେତେ ଭଲ୍ ପାଏସିଁ ବତେଇ ଦିଅରେ
ତାର୍ ଲାଗି ଖୁଲା ମୋର ଦିଲ୍ ଦରବାଜା(2)


କବି-ରାଜେଶ ପୂଜାରୀ
ସଙ୍ଗୀତ-ସନାତନ ଲୁହା
କୁଶମେଲ, ଝାରସୁଗୁଡ଼ା

Post a Comment

2 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକAugust 11, 2018 at 11:28 PM

    ବହୁତ ସୁନ୍ଦର ଲେଖିଛନ୍ତି

    ReplyDelete
  2. ଧନ୍ୟବାଦ

    ReplyDelete

You can write now your valuable comments here. Off-topic comments may be removed or deleted without prior notice.