Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସ୍ୱାଧୀନତା ଦିବସ ୨୦୧୮ - ରମାକାନ୍ତ ମିଶ୍ର

ଆଜି ଆମେ ପାଳନ କରୁଛୁ
ସ୍ୱାଧୀନତାର ବାସ୍ତରୀ ବର୍ଷ
ଚାହୁଁ ଚାହୁଁ ସ୍ଵIଧୀନତା ଦିବସ
ବୁଢା ହୋଇ ଆସିଲାଣି
କିନ୍ତୁ ଏ ଦେଶର ନାଗରିକ
ଏବେବି ବୃଦ୍ଧ ଭାରତବର୍ଷ କୁ
ସକ୍ଷମ ହେଲାନି ସମ୍ମାନ ଦେବାକୁ
ଆମେ ଯେତେସବୁ ଷାଠିଏ ବର୍ଷରୁ ଉର୍ଦ୍ଧ
କିଛି କିଛି ସ୍ମୃତି ମନେ ଥିବାରୁ
ଆଜିର ଦିନରେ ପ୍ରାଣବଳି ଦେଇଥିବା
ଜୀବନ ମାନଙ୍କୁ ଦିନେ ହେଲେ ସ୍ମରଣ କରୁଛୁ
ଯୁବ ପିଢିଙ୍କ କଥା ନ କହିବା ଭଲ
ସେମାନେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତି ନାହିଁ
ଦେଶ କେବେ ସ୍ୱାଧୀନ ହେଲା ?
କିଏ ସବୁ ଏଥିପାଇଁ ପ୍ରାଣ ବଳି ଦେଲେ ?
କେବେଠାରୁ ଦେଶର ସ୍ୱାଧୀନତା ପାଇଁ
ଆହ୍ୱାନ ସୃଷ୍ଟି ହେଲା ?
କେଉଁ ମIନେ ସେ ସବୁକୁ ଆରମ୍ଭ କରିଥିଲେ ?
ମୂଳକଥା ଦେଶ କେବେ ପରାଧୀନ ହୋଇଥିଲା ?
କାହିଁକି ପରାଧୀନ ହୋଇ ଥିଲା ?
କିଏ ଆମକୁ ପରାଧୀନ କରିଥିଲା ?
ଏ ସବୁର ଖବର ଆଜିର ଯୁବପିଢ଼ି ପାଖରେ ନାହିଁ
ତେଣୁ ସେମାନେ ସ୍ୱାଧୀନତା ଦିବସର ମହତ୍ୱ ବୁଝନ୍ତି ନାହିଁ
ସେମାନେ ଜନ ଗଣ ମନ ର ଅର୍ଥ ମଧ୍ୟ ବୁଝନ୍ତି ନାହିଁ
କିନ୍ତୁ ଏଥିପାଇଁ ସେମାନଙ୍କୁ ଦୋଷ ଦେଇ ହେବ କି ?
ସେମାନେ ଆଜି କାହିଁକି ଏପରି ହେଲେ?
ଏ କଥା ବିଚାରକୁ କେହି ନେଇଛୁ କି ଆମେ ?
ବିଚାରିଲେ ବୁଝାପଡ଼େ ଦୋଷ ସବୁ ଆମର
ଆମେ ରଖି ପାରି ନାହୁଁ ଉନ୍ନତ ଉଦାହରଣର
ପାଠ୍ୟ ପୁସ୍ତକରେ ବି ନାହିଁ ସ୍ୱାଧୀନତା ଦିବସର
ସତ୍ୟନିଷ୍ଠ ପ୍ରକୃତ ଚିତ୍ରଣ !
୧୮୦୪ ର ପାଇକ ବିଦ୍ରୋହ ଠାରୁ
ନେଇ ୧୮୫୭ ର ସିପାହୀ ବିଦ୍ରୋହ
ତା ପରେ କେତେ କେତେ ହିଂସା ଆଉ
ଅହିଂସା ର ରଣନୀତି
ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ
ନେତାଜୀଙ୍କ ସ୍ୱାଧୀନତା ଆନ୍ଦୋଳନ
୧୯୪୨ ର ଭାରତ ଛାଡ଼ ଆନ୍ଦୋଳନ
ଏ ସବୁର ବିଧିବଦ୍ଧ ପ୍ରମାଣିତ ଇତିହାସ
ସବୁ ସାଇତା ଯାଇଛି କେଉଁଠି ?
ସବୁ ବିକ୍ଷିପ୍ତ, ଅଧିକାଂଶ ମନଗଢା କଳ୍ପିତ
ଏ ସବୁର ଇତିହାସ ଆମ ସ୍ୱାଧୀନତା ସଂଗ୍ରାମ
ଆଜିର ପିଲାଏ ପଢିଲେ କଣ ? ଜାଣିଲେ କଣ ?
ଜାଣିଲେ କି ନ ଜାଣିଲେ କେହି ରଖିଲେ ଖବର ?
ସଂଗ୍ରାମ କଲେ ଭାରତ ବାସୀ
ଭାରତ ବର୍ଷ ର ସ୍ୱାଧୀନତା ପାଇଁ
ଭାରତ ହେଲା ସ୍ୱାଧୀନ କିନ୍ତୁ
ହୋଇଗଲା ଦୁଇ ଭାଗରେ ବିଭକ୍ତ
ଆମେତ ଦୁଇଫାଳ ହୋଇ ସଂଗ୍ରାମ କରି ନ ଥିଲେ
ତେବେ ଅଖଣ୍ଡ ଭାରତକୁ ଆମେ
ଦୁଇଖଣ୍ଡରେ ସ୍ୱାଧୀନତା ପାଇଁ ରାଜି ହେଲୁ କାହିଁକି ?
ଆଜିବି ଅନୁତ୍ତରୀତ ଏ ପ୍ରଶ୍ନ
ଯୁଗ ବିତି ଯିବ ଆମେ କରିଥିବା ଭୂଲର
ସଂଶୋଧନ ହେଉ ନ ଥିବ ଆମେ
ପରସ୍ପରର ରକ୍ତ ପିପାସୁ ହୋଇ
ଧର୍ମ ନାମରେ, ଦେଶ ନାମରେ, ସଂଗଠନ ନାମରେ
କରି ଚାଲି ଥିବା ଯଥେଛାଚIର ଆଉ ବିଶୃଙ୍ଖଳା
ଖେଳ ଚାଲିଥିବ ରକ୍ତର ହୋଲି
ସମାଧାନ ଏହାର ଅଛିକି କେଉଁଠି ?
ସ୍ୱାଧୀନତା ପାଇଁ ଆମେ ଖୁସି ହେଉଥିଲୁ ଏଥି ପାଇଁକି ?
ସ୍ୱାଧୀନତାର ୭୨ ବର୍ଷ ପରେବି ଆମେ
ହେଲୁ ନାହିଁ ସ୍ୱାଭିମାନୀ, ଦେଶପ୍ରେମୀ
ଅଛିକି ଆମ ପାଶେ କିଛି ବି ଉତ୍ତର ?
ଜାପାନ ଜଳିଗଲା ୧୯୪୫ ବିଶ୍ବଯୁଦ୍ଧରେ
କିନ୍ତୁ ଆଜି ଅଛି ସବୁଠାରୁ ଉପରେ
କାରଣ ଖୋଜିବାର ଆବଶ୍ୟକତା ନାହିଁ
କେବଳ ସ୍ୱାଭିମାନର ମନ୍ତ୍ର ସେ ଦେଶକୁ
ମୃତ୍ୟୁ ପଥରୁ ମର୍ତ୍ତ୍ୟର ସ୍ୱର୍ଗକୁ ନେଇ ଗଲା ଚାଲି
ଆଉ ଏହି ସ୍ୱାଭିମାନ ର ଅଭାବରୁ
ସବୁ ଥାଇ ଆମ ପାଖେ କିଛି ନାହିଁ
ଗତ କାଲିର ଭାଇ ପାକିସ୍ଥାନ ଆଉ ଚୀନ
ଦେଖIନ୍ତି ଆଖି ନାଲି ?
ଆଜି ସମୟ ଆସିଛି ଆମକୁ କରିବାକୁ
ହେବ ଆତ୍ମ ସମୀକ୍ଷା
କଣ କଣ ସବୁ ରହିଗଲା ଆମ ଦୋଷ
କାହିଁକି ଆମେ ସବୁ ହୋଇଗଲୁ ସ୍ୱାର୍ଥପର
କାହିଁକି ଆମେ ସବୁ ଭୁଲିଗଲୁ ଦେଶ ମାତୃକାର
କାହିଁକି ଆମେ ସବୁ ଭୁଲିଗଲୁ ସମ୍ମାନ ଗୁରୁଜନଙ୍କର
କୁଆଡେ ଗଲା ସ୍ୱାଭିମାନ ଆମର ?
ଆମେ ସତେ ହୋଇଗଲେ ପଶୁ ଠାରୁ ହୀନ ?


ଶ୍ରୀ ରମ।କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments