Information

ନଶୁଣ ଆରତୀ ଆରତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ରାଗ-ମୁଖାରୀ, ତାଳ-ଏକତାଳି

ନଶୁଣ ଆରତୀ ଆରତ , ଦୁଃଖୀ ସଙ୍ଗାତ
ମଣିଷ ମନରେ ଖାଲି ନିଆଁ ଜଳେ
ଦୁଃଖ ପରେ ଦୁଃଖ ଦିଅତ , ଦୁଃଖୀ ସଙ୍ଗାତ ।।

ବିଷୟା ବିଷରେ ଛନ୍ଦି ଦେଲ ବନ୍ଧୁ
ଲହରେ କରାଳ ଜଂଜାଳ ର ସିନ୍ଧୁ
ନିଜେ ନିଜକୁ ନଚିହ୍ନିପାରି ଆଜି
ପତନ ପଥର ପଥିକ ,
ନଶୁଣ ପତିତ ଆରତ…।।

କା ମନେ କିଏସେ ଏ ଖେଟ* ପ୍ରକୃତି
ଭରି ଦେଉଅଛି ଆହେ ବିଶ୍ବପତି
ମହା ଗୋଳ ଘନଘଟା କାଣ୍ଡ ଘଟେ
ଆଘାତ ସହନ୍ତି ଭକତ
ନଶୁଣ ପତିତ ଆରତ…।।

ଅହଂକାରୀ ହସ୍ତେ ଧରି ବିଷ ଥାଳି
ପୀୟୂଷ ପାତ୍ରରେ ଦେଉଛନ୍ତି ବୋଳି
କି ଯଶ,ପୈ।ରୁ‌ଷ କିବା ପୁରୁଷାର୍ଥ
ପାଇବେ ପାପିଷ୍ଠେ କହତ
ନଶୁଣ ଆରତୀ ଆରତ…।।

ଅର୍ଥ ଅନର୍ଥ ର ମୂଳ ସବୁଠାରେ
ଡାକଇ ପ୍ରଫୁଲ୍ଲ ଦୟାକରି ବାରେ
ପିଶାଚ ପ୍ରବୃତ୍ତି ମଣିଷ ମନରୁ
କରିଦିଅ ଅପଚୟ ତ
ନଶୁଣ ଆରତୀ ଆରତ…।।


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment