ନିଜ ସ୍ତର ର ଉପରକୁ ଉଠିଲେ ହିଁ
ଭଗବାନଙ୍କ ପାଖରେ ପହଂଚି ପାରିବ
ଜୀବନର ଗୋଟିଏ ପାହାଚ ରୁ
ଆଉ ଏକ ପାହାଚ ମନେ
ପକାଇ ଦିଏ ସ୍ତର ଗୁଡିକ
ତୁମର ହିଂସା, ତୁମର ରାଗ,
ତୁମର ଲୋଭ, ତୁମର ଅହଂକାର
ଏବଂ ଆହୁରି ଅନ୍ୟାନ୍ୟ
ପାହାଚ ଗୁଡିକୁ ଗୋଟିକ ପରେ
ହିଁ ଆଉ ଗୋଟିଏ ଚଢି ବାକୁ ହେବ
ଲମ୍ଫ ମାରି ତଳ ପାହାଚରୁ ସର୍ବୋପରି
ପାହାଚ କୁ ଚଢି ଯାଇ ହେବ ନାହିଁ
ଶିଶୁ ପାହାଚ ରୁ ଡିଆଁ ମାରି
ବାର୍ଦ୍ଧକ୍ୟ ପାହାଚ ରେ
ପହଂଚି ହେବ ନାହିଁ
ନିଜକୁ ପ୍ରତି ପାହାଚ ରେ
ପ୍ରତିପାଦିତ କରିବାକୁ ହେବ
ନିଜର ଅତି ସୁକ୍ଷ୍ମ ଜଡ଼ପିଣ୍ଡ
କୁ ଖୋଜି ବାହାର କରିବାକୁ ହେବ ।


ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. – ୨୬୮, ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧