Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଜୀବନ ଏମିତି - ପ୍ରଶାନ୍ତ କୁମାର ସାହୁ

ଯେବେ ଜୀବନର ଅଙ୍କ କଷା
ହୁଏ କାଳ ବଳେ,
ମିଶାଣ ଫେଡ଼ାଣ କର ବସି
ଅତି କଉଶଳେ ।
ଗୁଣନ ହୋଇବ ଆପେ ଆପେ
ତହୁଁ ସେ ହରଣ ,
ସମାନ ଚିହ୍ନକୁ ଦେଇ କର
ଫଳ ଆହରଣ ।
ଯଦି ବନ୍ଧନୀ ମଧ୍ୟେ ଗମନ
ଯାଅ ଧୀରେ ସୁସ୍ଥେ,
ଆଗପଛ ଦେଖି ରଖ ଧ୍ୟାନ
*ବରହଗୁମିଫେ*।
ଯଦି ଜୀବନ ଜ୍ୟାମିତି ଆଙ୍କେ
ଅଦୃଶ୍ୟ ରେଖାରେ,
ଅଦୃଶ୍ୟ ଶକତି ଭକ୍ତି ପାରେ
ପଢ଼ି କୋଣ ସୁରେ ।
ଜ୍ୟାମିତିକ ଭାବ ବେଦ ଜ୍ଞାନ
ଅରା ମଧ୍ୟେ ଘୋରି ,
ବାହୁବଳେ କୋଣ ମାନ ଧର
ସୂତ୍ର ପ୍ରେଷି କରି ।
ସୂତ୍ରଧର ଜଗନ୍ନାଥ ସ୍ମରି
ବୁଝିନେବ ମୁଦା,
ପରିସୀମା ପରିମିତି ସ୍ପଷ୍ଟ
ହେବ ସବୁ ରେଖା ।


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0 Comments