ଚିଲିକାରେ ଦିନେ - ମାନସ ରଞ୍ଜନ ପଟ୍ଟନାୟକ

ଚିଲିକାରେ ଦିନେ - ମାନସ ରଞ୍ଜନ ପଟ୍ଟନାୟକ

ନୀଳ ଜଳରାଶି ଭାରି ମନୋରମ
ନୀଳଭରା ତାର ଅଟେ ଯଉବନ
ଢେଉ ତାର ଦିଶେ ବହୁତ ସୁନ୍ଦର
ଭାବକୁ କରୁନି ଯମାରୁ ମନ୍ଥର
ଚିଲିକାରାଣୀକୁ ଦେଖିଥିଲି ଥରେ
ତାର ରୂପ ଦେଖି ମନ ଆଜି ସ୍ମରେ
ପାଖରେ ଦେଖିଲେ ହେବରେ ଅସ୍ଥିର
ରୂପ ତାର ଅଟେ ଆଶାଠୁ ବିଭୋର
ପାଛୋଟି ଆଣିଚ ସରଗରୁ ନୀର
ଶୋଭା ବଢାଉଛି ତୁମ ଦେହେ ତୀର
ନୂଆ ବୋହୁସାଜି ସଦା ହସୁଥାଅ
ଅତିଥୀ ମାନଙ୍କୁ ଡାକିକରି ନିଅ
ଦେଖିଲି ମୁଁ ଦିନେ ତୁମକୁ ସପନେ
ଘାରିହୋଇଥିଲି ଯାଆନ୍ତି କି ଦିନେ
ହାତଠାରି ତୁମେ ଡାକିଲ ବକ୍ଷକୁ
ମାଆ ଭଉଣୀଏ ଠେଲିଲେ ଯିବାକୁ
ମନରେ ଆମର ଆସିଥିଲା ଶଙ୍କା
କାଳୀଯାଈ ଦୂର କରିଲା ଆଶଙ୍କା
ବକ୍ଷରେ ତୁମର ଭ୍ରମଣର ବେଳେ
ନୀଳ ଦେହ ଛୁଇଁ ହୋଇଯିବ କାଳେ
ଆକାଶ ତୁମକୁ ସ୍ପର୍ଶକରିଥାଇ
ତୁମର କାନୀରୁ ବିହଙ୍ଗ ଉଡଇ
ସୁନ୍ଦର ରୂପର ସୁନ୍ଦର ଚାହାଣୀ
ରଚିବାକୁ ମୁହିଁ ପାଉନି କାହାଣୀ
ତୁମପୃଷ୍ଠଦେଶେ ଘୁରିବାର ଭୟ
ମାଆ କାଳୀଯାଈ ହେଉ ତୁମ ଜୟ
କାକଳୀମାନଙ୍କ ଶୋଭାଦରଶନେ
ସତେକଣ ବୁଲୁଅଛି ମୁଁ ଗଗନେ
ନଳବଣ ଆଜି ଦିଶେ ଗଣ୍ଡଗୋଳ
ଫିରିଙ୍ଗି ବିହଙ୍ଗ ହୋଇଛନ୍ତି ମାଳ
ସତେ ମଣିମୁକ୍ତା ବରଷଇ ଦେହେ
ଅତିଥୀ ମାନଙ୍କ ମନ ଯେହୁଁ ମୋହେ
ପଣତ ତାହାର ଭାରି ଝିଲିମିଲି
ହସୁଥାଏ ପୁଣି ହୋଇ ଖିଲିଖିଲି
ଫେରିଯିବା ପାଇଁ ଇଛା ହେଉନାହିଁ
ଦୂରେ କାଳୀଯାଈ ପାହାଡ ଦିଶଇ
ରୂପରାଇଜର ରୂପମତୀ ତୁମେ
ଦରଶନ ସାରି ଯାଉଅଛୁ ଆମେ
ଗୁହାରି ମୋହର ଶୁଣିଥିବ ମାଆ
ଚିଲିକାରାଣୀର ତୁମେ ହେବ ସାହା
(କଲିକତାରୁ ପ୍ରକାଶିତ ଅଭିଯାନ ପତ୍ରିକା ଏବଂ ଇଂରାଜୀ ପତ୍ରିକା ROCK PEBBLE ରେ ଏହାର ଇଂରାଜୀ ଅନୁବାଦ ପୂର୍ବ ପ୍ରକାଶିତ)


ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ ମାଟିର ମହକ
ଦୂରଭାଷ-୯୦୪୦୭୫୧୪୯୦

0 Comments