Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭାବଡୋରେ ବନ୍ଧା ଥିଲି - ପ୍ରଣତି ମହାପାତ୍ର

ଭାବଡୋରେ ମୋତେ
ବାନ୍ଧିଲା କାଳାଆ
ଭାବରେ ମୁଁ ପୁରୀ ଗଲି,
ତା ଭାବ ବନ୍ଧନ ସୁଗନ୍ଧ ଚନ୍ଦନ
ନ ପାରିବି କେବେଭୁଲି।
ଭାବରେ ଖାଇଲି ଅବଢ଼ା ତୋରାଣି
ଭାବରେ ପ୍ରୀତ ହୋଇଲି।
ଭାବଡୋରେ ମୋତେ....(.୦.)
ଭାବଡୋରେସିଏ ଆସିଲା ପାଖକୁ
ଆଉଁସି ଦେଲା ମୋ ମଥା,
ଏକାକୀ ପଣକୁ ଦୂରେଇ ଦେଇ ସେ
ହରି ନେଲା ମୋର ବ୍ୟଥା,
ଭାବରେ ଦେଲା ସେ ତାଛଡ଼ା ତୁଳସୀ
ଆନନ୍ଦରେ ପାଇ ଦେଲି ।
ଭାବଡୋରେ ମୋତେ....(୧)
ଭାବଡୋରେ ସବୁ ମାୟାର ବନ୍ଧନ
ଦୂରେଇଲା ମୋର ମନୁ,
"ମୁଁ"ଅହଂ ଭାବ ହରିନେଲା ହରି
ଦେଖାଇ ତା ବିଶ୍ଵତନୁ,
ଷଢଚକ୍ର ମୋର ଜାଗ୍ରତ କରିଲା
ଚେତନା ଫେରିପାଇଲି।
ଭାବଡୋରେ ମୋତେ.....(୨)
ସ୍ଵୟଂ ଆପେ ଆସି ଭାବବନ୍ଧନରେ
ସିଏ ସବୁ କରିଗଲା,
କହିବାକୁ ମୋର ଅନେକ ତ ଥିଲା
ହେଲେ ତୁଣ୍ଡେ ମୋର ତାଲା।
ନୟନ ଯୁଗଳ ଦେଖିଯାଉଥିଲେ
ଭାବେ ମୁଁ ନୀରବୀ ଥିଲି।
ଭାବଡୋରେ ମୋତେ.....(୩)


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ୱର

Post a Comment

0 Comments