Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସାଗର କୂଳିଆ ହାତୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନୀଳସାଗର କୂଳିଆ ମୋ କଳାହାତୀ
ନୀଳଶଇଳ କନ୍ଦରେ ତା ଉଦବସତି
ନୀଳନଭେ ଫର ହର ହୋଇ ଉଡୁଛି
ନୀଳଚକ୍ର ରେ କେତନ କି ଦିନ ରାତି
ନୀଳସାଗର କୂଳିଆ…।।

ନୀଳାମ୍ବର ବଡ଼ଭାଇ ସଙ୍ଗେ ଭଗିନୀ
ନୀଳମଣୀ ଜ୍ବୋତି ଜିଣା ମୋ ନୀଳମଣି
ନିଷାଦ ରାଜ ପୁଜିତ ଅନନ୍ତ ମୂର୍ତ୍ତି
ନିବାରେ ଆରତୀ ଆର୍ତ୍ତ ସେ ରମାପତି
ନୀଳ ସାଗର କୂଳିଆ…।।

ନିଉଛାଳି ହୋଇ ନିତି ପଦ ବନ୍ଦାନ୍ତି
ନିରତ* ଆସନେ ବସି ଯେ ଖଗପତି
ନିଃଶଙ୍କେ ଶରଣ ଗଲେ ମିଳଇ ମୁକ୍ତି
ନୀରାଶ୍ରୟର ଆଶ୍ରୟ ସେ ଅଗତି ଗତି
ନୀଳ ସାଗର କୂଳିଆ…।।

ନିବେଦନ କରେ ଶୁଣ ମୋର ଭାରତୀ
ନିବୃତ ନକର କେବେ ପ୍ରଫୁଲ୍ଲ ମତ୍ତି
ନୀଳମାଧବ ହେ ତବ ସେବା ଆଳତି
ନିରବଧି କରେ ଘେନ ଏହି ବିନତି
ନୀଳ ସାଗର କୂଳିଆ…।।


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,
ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments