Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସାତଟି ଲଘୁ କବିତା - ରମ।କାନ୍ତ ମିଶ୍ର

୧. ମୂଲ୍ୟ କଣ ?
ସ୍ପନ୍ଦନ ହୀନ ହୃଦୟ ର ମୂଲ୍ୟ କଣ ?
ଆଲୋକ ହୀନ ଦୀପ ର ମୂଲ୍ୟ କଣ ?
ପ୍ରେମ ବିହୀନ ଜୀବନ ର ମୂଲ୍ୟ କଣ ?
କୃତଗ୍ୟତା ହୀନ ମଣିଷ ର ମୂଲ୍ୟ କଣ ?
ଅଖ୍ୟମ ମଣିଷ ଜୀବନର ମୂଲ୍ୟ କଣ ?
ପରୋପକାର ହୀନ ଜୀବନର ମୂଲ୍ୟ କଣ ?
ରୋଗରେ ଜର୍ଜରିତ ଜୀବନର ମୂଲ୍ୟ କଣ ?

୨. ପରିଶ୍ରମ
ସିଡି ପରି ଅଟେ କଠିନ ପରିଶ୍ରମ
ଭାଗ୍ୟ ଅଟେ ଲିଫ୍ଟରେ ଯିବା ସମ
ଲିଫ୍ଟ କେଉଁଠି ଅଟକି ଯାଇ ପାରେ
କିନ୍ତୁ ସିଡିରେ ଯାଉ ଥିବା ବେଳେ
ଉପରେ ପହନ୍ଚିଯିବା ନିଶ୍ଚିନ୍ତ ରେ
ପରିଶ୍ରମ କରୁ ଥିବା ନିରନ୍ତରେ

୩. ଦୁଃଖ
କୌଣସି ବନ୍ଧୁଂକର ଅକାଳ
ବିୟୋଗ ଶୁଣି ମନ ବିକଳ
ଯଦି ବନ୍ଧୁ ବୟସରେ ସାନ
ତେବେ ନିଜକୁ ଲାଗଇ ହୀନ
ମୁଁ ଥାଉ ସେ ଆଗ ଗଲା କାହିଁକି ?
ବିଧାତା ତା କଥାଭାବିଲା ନାହିଁକି ?
ସୁଖ ଦୁଃଖ ରେ ବିତାଇ ଥିବା ମୂହୁର୍ତ
ମନେ ପଡି ଅନ୍ତର ହୁଏ ବେଦନାର୍ତ
ବନ୍ଧୁ ବିୟୋଗ ରେ ହୁଏ ଦୁଃଖ
ଆତ୍ମୀୟନ୍କ ବିୟୋଗରେ ଦୁଃଖ
ସଭିନ୍କର ବିୟୋଗରେ ହୁଏ ଦୁଃଖ
ବିୟୋଗ ଚିରନ୍ତନ ଜାଣି ମଧ୍ୟ ଦୁଃଖ |
* ବନ୍ଧୁ ଧଳ ର ବିୟୋଗ ରେ

୪. ଦେବା ନେବା
ନିଜ ର ଅର୍ଥ ସରି ଗଲେ
କାମ ଚଳେ ଅନ୍ୟଠୁ ନେଲେ
ନିଜର ବୁଦ୍ଧି ହଜି ଗଲେ
ଆମେ ଅନ୍ୟ ବୁଦ୍ଧିରେ ଚାଲେ
ଆମେ ସବୁ ସାମାଜିକ ପ୍ରାଣୀ
ସମୟରେ କେହି ଦେବେ ଆଣି
ଦେବା ନେବା ଜୀବନର ଦୁଇ ପାଖ
ଚକ ଘୁରୁ ଥିଲେ ଘୁରୁ ଥାଏ ଅଖ
ନିଜକୁ ରଖି ଅନ୍ୟ କୁ ରଖିବା
ସ୍ବାର୍ଥ କୁ ତ୍ୟାଗ କରି ଶିଖିବା |

୫. ଜୟଗାନ
ଫୁଲ ଫୁଟେ ବଗିଚା ରେ
ସେ କି କେବେ ବିଚାରେ
ଯିବ ପ୍ରୃଭୁଂକ ଲାଗି ମନ୍ଦିର
ଯିବ ସେ ଗଣିକା ର ଘର
ଜୀବନ ଆସେ ଦୁନିଆ ରେ
ଜାଣେନି କି ହେବ ପରେ
ଛାଡି ସବୁ ରାଗ ଅଭିମାନ
ହସି କର ଜୀବନ ଜୟଗାନ |

୬. ମାୟା ମୋହ
ଜେଜେ ଦୁଇ ଜଗିଛନ୍ତି ଘରଟାକୁ ଯଖ୍ୟ ପରି
ଚୁନ ଟିକିଏ କାନ୍ଥରୁ ଖସିଗଲେ ଗଲା ସରି
ଭାରି ଦୁଃଖ କେମିତି କରିବା ଏହାକୁ ଠିକ୍ କରି
କାହୁଁ ମିଳିବେ ଲୋକ ଏ ଏକ ବଡ ପ୍ରଶ୍ନ ଭାରି
ଜାଣନ୍ତି ଜେଜେ ଦୁଇ ଚାଲି ଗଲେ ସେମାନେ
ଏ ଘରକୁ ଭୋଗିବେ ଯେତେ ସବୁ ଭୁତ ମାନେ
ମାୟା ମୋହ ସବୁ ଜୀବନର ଗୋଟାଏ ଅଂଗ
ମରିବା ଯାଏ ମଧ୍ୟ ତାହା ଛାଡେ ନାହିଁ ସାଂଗ |

୭. ମରମ
ଆଶା ହିଁ ମଣିଷ କୁ ଦିଏ ଶକ୍ତି
ଯୋଗାଏ ଆତ୍ମବିଶ୍ୱାସ ର ଶାନ୍ତି
ଥରକ ପାଇଁ ମିଳିଛି ଜନମ
ବ୍ୟବହାର କରୁଥିବା ଉତ୍ତମ
ଜୀବନ ଆମ ଯୋଡ଼ା ପାଦ ସମ
ଆଗ ପାଦର ନାହିଁ ତିଳେ ଭରମ
ପଛ ପାଦର ନାହିଁ ତିଳେ ସରମ
ହେବ ତାଙ୍କ ସ୍ଥାନ ପରିବର୍ତ୍ତନ
ଉଭୟେ ଜାଣନ୍ତି ଏହାର ମରମ I


ଶ୍ରୀ ରମ।କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments